fbpx

ଓଃ ହୋ… ଏତେ ଦିନ ପରେ ଆଜି ସନ୍ଧ୍ୟାରେ ମିଳିବ ଇଣ୍ଟରନେଟ୍: ୯ ଦିନରୁ ଥିଲା ବନ୍ଦ

ସମ୍ବଲପୁର: ଆଜି ସନ୍ଧ୍ୟା ସୁଦ୍ଧା ସମ୍ବଲପୁରରେ ପୁଣି ଥରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ । ୯ ଦିନ ପରେ ଆଜି ପୁଣିଥରେ ଇଣ୍ଟରନେଟ ବ୍ୟବହାର କରିପାରିବେ ସମ୍ବଲପୁରର ବାସିନ୍ଦା । ସନ୍ଧ୍ୟା ୬ଟା ସୁଦ୍ଧା ଜିଲ୍ଲାରେ ଇଣ୍ଟରନେଟ୍ ଫେରିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ । ୯ ଦିନ ଇଣ୍ଟରନେଟରୁ ଦୂରେଇ ରହିବା ପରେ ଆଜି ମୋବାଇଲ ଇଣ୍ଟରନେଟ ସ୍ୱାଭାବିକ ହେବ ବୋଲି ଜଣାଯାଇଛି । ତେବେ ଏହାପୂର୍ବରୁ ବ୍ରଡବ୍ୟାଣ୍ଡ ଏବଂ ଲିଜଲାଇନ ସେବା ଉପଲବ୍ଧ କରାଯାଇଥିଲା ।

ସୂଚନା ଥାଉ କି, ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଗଣ୍ଡଗୋଳ ଯୋଗୁଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ୧୩ ତାରିଖରୁ ଜିଲ୍ଲାର ସମସ୍ତ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ଇଣ୍ଟରନେଟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଶୁକ୍ରବାର ବ୍ରଡବ୍ୟାଣ୍ଡ ଏବଂ ଲିଜ ଲାଇନରେ ଇଣ୍ଟରନେଟ ସୁବିଧା ମିଳିଥିବା ବେଳେ ଆଜି ମୋବାଇଲରେ ମିଳିବ ଇଣ୍ଟରନେଟ ସେବା । ତେବେ ଆଜି ଇଦ୍ ପର୍ବ ପାଇଁ ସହରରେ ୧୪ ଘଣ୍ଟା କୋହଳ ହେବ କର୍ଫ୍ୟୁ କଟକଣା । ସେପଟେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ସହରର ୧୩ଟି ମସଜିଦରେ ହିଁ ନମାଜ ପାଠ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ ମୁସଲିମ ସଂପ୍ରଦାୟର ବଡ ପର୍ବ ଇଦ୍ ଆଜି ବିନା ଦ୍ୱିଧାରେ ପାଳନ କରୁଛି ସମ୍ବଲପୁର ସହର ।

Get real time updates directly on you device, subscribe now.