fbpx

କେରଳ ଗସ୍ତ ସମୟରେ ପିଏମ ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣର ଧମକ: ବିଜେପି କାର୍ଯ୍ୟାଳୟକୁ ଆସିଛି ଚିଠି, ଯାଞ୍ଚରେ ଲାଗିପଡ଼ିଛି ପୋଲିସ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୋମାରେ ଉଡାଇଦେବାର ଧମକ ମିଳିଛି । ନରେନ୍ଦ୍ର ମୋଦୀଙ୍କର ସୋମବାର ଦିନ ଦୁଇ ଦିନିଆ କେରଳ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଧମକପୂର୍ଣ୍ଣ ଚିଠି ଆସିଛି, ଯେଉଁଥିରେ ଲେଖାଯାଇଛି ଯେ ରାଜୀବ ଗାନ୍ଧୀଙ୍କ ପରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋମାରେ ଉଡାଇ ଦିଆଯିବ । ଏହି ଧମକପୂର୍ଣ୍ଣ ଚିଠିର ସୂଚନା ମିଳିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି ।

କୁହାଯାଉଛି ଯେ, କୋଚିର ଜଣେ ବ୍ୟକ୍ତି ଦ୍ୱାରା ମାଲାୟାଲମରେ ଲେଖାଯାଇଥିବା ଏକ ଚିଠିକୁ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନଙ୍କ କାର୍ଯ୍ୟାଳୟରେ ଗ୍ରହଣ କରାଯାଇଛି । ସେ ଗତ ସପ୍ତାହରେ ପୋଲିସକୁ ଏହି ପତ୍ର ଦେଇଥିଲେ ।

ଯେତେବେଳେ ପୋଲିସ ଏହି ଚିଠିର ଅନୁସନ୍ଧାନ ଆରମ୍ଭ କଲା, ସେଥିରେ ଏନ.କେ ଜନି ନାମକ ଜଣେ ବ୍ୟକ୍ତିଙ୍କ ଠିକଣା ଲେଖାଯାଇଥିଲା । ଯେତେବେଳେ କୋଚିର ମୂଳ ବାସିନ୍ଦା ଜନିଙ୍କୁ ପୋଲିସ ଏହି ବିଷୟରେ ପଚରା ଯାଇଥିଲା, ସେ ଲେଖିନାହିଁ ବୋଲି ମନା କରିଛନ୍ତି । ଅବଶ୍ୟ ଜନି ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି, ଯିଏ ତାଙ୍କ ବିରୁଦ୍ଧରେ ଘୃଣା ଭାବ ରଖିଛନ୍ତି ।

ଜନି କହିଛନ୍ତି ଯେ, ପୋଲିସ ଏହି ଚିଠିକୁ ତାଙ୍କ ହସ୍ତଲିଖନ ସହିତ ମେଳ କରିଛି । ଏଥିରୁ ସ୍ପଷ୍ଟ ଯେ ସେ ଏହି ଚିଠି ପଛରେ ନାହାଁନ୍ତି । ସେ କହିଛନ୍ତି ଯେ ଏହି ଧମକ ପଛରେ କିଛି ବ୍ୟକ୍ତି ଥାଇପାରନ୍ତି, ଯେଉଁମାନେ ମୋତେ ଘୃଣା କରୁଛନ୍ତି । ମୁଁ ସନ୍ଦେହ କରୁଥିବା ଲୋକଙ୍କ ନାମ ପୋଲିସ ନିକଟରେ କହିଛି ।

Get real time updates directly on you device, subscribe now.