fbpx

ଭାରତର ଅଭିବୃଦ୍ଧି ହାର କମ୍ ରହିବା ନେଇ IMFର ଆକଳନକୁ ଭୁଲ୍ ଦର୍ଶାଇଲା RBI

ନୂଆଦିଲ୍ଲୀ: ଅନିଶ୍ଚିତତା ବୈଶ୍ୱିକ ମାହୋଲ ମଧ୍ୟରେ କିଛି ସଂଗଠନ ଭାରତର ଆର୍ଥିକ ଅଭିବୃଦ୍ଧି ହାର ଅନୁମାନ କମ୍ ରହିବା ନେଇ ଆକଳନ କରିଛନ୍ତି । ଏହି ସଂଗଠନ ଗୁଡ଼ିକ ମଧ୍ୟରେ ଆନ୍ତର୍ଜାତିକ ମୁଦ୍ରାକୋଷ (ଆଇଏମ୍ଏଫ୍) ବି ସାମିଲ ରହିଛି । ଆଇଏମ୍ଏଫ୍ ୨୦୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬ ପ୍ରତିଶତରୁ କମ୍ ରହିବ ବୋଲି ଆକଳନ କରିଛି ।

ତେବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ଆନ୍ତର୍ଜାତିକ ମୁଦ୍ରାକୋଷର ଏହି ଅନୁମାନ ଉପରେ ଆପତ୍ତି ଜାହିର କରି କହିଛି କି ଏହି ଅନୁମାନରେ ସମ୍ଭବତଃ କିଛି ଭୁଲ୍ ରହିଯାଇଥାଇପାରେ । ଆର୍ବିଆଇ ବିବୃତ୍ତି ଜାରି କରି କହିଛି କି ଭାରତର ଆର୍ଥିକ ଅଭିବୃଦ୍ଧି ହାର ଆକଳନରେ ବହୁ ସଂଗଠନ ଭୁଲ୍ କରିଛନ୍ତି । ସେଣ୍ଟ୍ରାଲ୍ ବ୍ୟାଙ୍କ ମୁଖ୍ୟତଃ ଏଥିରେ ଆଇଏମଏଫର ନାମ ନେଇଛି ।

Get real time updates directly on you device, subscribe now.