fbpx

ବିବାହ ପୂର୍ବରୁ ଭର୍ଜିନିଟି ଏବଂ ପ୍ରେଗ୍‌ନେସି ଟେଷ୍ଟ, ପଜିଟିଭ୍ ଆସିବାରୁ ମଣ୍ଡପରୁ ଫେରିଲେ ଅନେକ ଯୁବତୀ ..

ନୂଆଦିଲ୍ଳୀ : ବିବାହ ପୂର୍ବରୁ ଭର୍ଜିନିଟି ଟେଷ୍ଟ ବା କୁମାରୀତ୍ୱ ପୀରୀକ୍ଷା କରିବା ଆଇନସଙ୍ଗତ ନୁହେଁ । ଏସବୁ ଉପରେ କେବେ ଠାରୁ ପ୍ରତିବନ୍ଧକ ଲାଗିଛି । ତଥାପି କିଛି ଲୋକଙ୍କ ରୁଗ୍‌ଣ ମାନସିକତା ଯୋଗୁଁ ଏହି ପ୍ରଥା ଆଜି ଚାଲିଛି । ଖାଲି ପ୍ରଥା ତ ନୁହେଁ, ଏହି କାରଣରୁ ଅନେକ ଯୁବତୀ ବିବାହ ବେଦୀରୁ ଫେରିଛନ୍ତି । ଏହି ଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲାରେ ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଅଧୀନରେ ଆୟୋଜିତ ହୋଇଥିଲା ଗଣ ବିବାହ । ଯେଉଁଥିରେ ଅନେକ ଯୁବତୀ ଅଂଶଗ୍ରହଣ କରିଥିଲେ । ଗଣ ବିବାହ ଫର୍ମରେ ସେମାନେ ତାଙ୍କ ନାମ ସାମିଲ କରିଥିଲେ । କିନ୍ତୁ ଏହି ଗଣ ବିବାହରେ ଏକ ବିଭ୍ରାଟ ଉପୁଜିଥିଲା । ଏହି ବିବାହରେ ଫର୍ମ ଭରିଥିବା ଯୁବତୀଙ୍କର ଭର୍ଜିନିଟି ଟେଷ୍ଟ ଏବଂ ପ୍ରେଗ୍‌ନେସି ଟେଷ୍ଟ କରାଯାଇଥିଲା । ଆଉ ଯେଉଁମାନଙ୍କର ପଜିଟିଭ ଆସିଥିଲା ସେମାନଙ୍କୁ ବିବାହ ମଣ୍ଡପରୁ ଫେରାଇ ଦିଆଯାଇଥିଲା ।

ସ୍ଥାନୀୟ କଂଗ୍ରେସ ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମକର ମାର୍କାମ ଡାକ୍ତରୀ ପରୀକ୍ଷା ନାମରେ କୁମାରୀତ୍ୱ ଏବଂ ଗର୍ଭଧାରଣ ପରୀକ୍ଷାକୁ ବିରୋଧ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଓମକର ମାର୍କାମ କହିଛନ୍ତି ଯେ, ଡାକ୍ତରୀ ପରୀକ୍ଷା ନାମରେ ଭର୍ଜିନିଟି ଟେଷ୍ଟ ବା କୁମାରୀତ୍ୱ ପରୀକ୍ଷା ଏବଂ ପ୍ରେଗ୍‌ନେସି ଟେଷ୍ଟ କରାଯାଇଛି । ଯାହା ଉଚିତ୍ ନୁହେଁ । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଥିବା ବେଳେ ଶାସକ ଦଳ ଏହାକୁ ଖଣ୍ଡନ କରିଛି ।

Get real time updates directly on you device, subscribe now.