fbpx

ପ୍ରଥମଥର ପାଇଁ ଜାପାନରେ ଗର୍ଭପାତ ଔଷଧକୁ ମିଳିଲା ମଞ୍ଜୁରୀ

ଟୋକିଓ : ଜାପାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ପାଇଁ ଗର୍ଭପାତ ଔଷଧକୁ ଅନୁମୋଦନ କରିଛି । ଜାପାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାପାନର ପ୍ୟାନେଲ ବ୍ରିଟେନର ଲାଇନ୍ ଫାର୍ମା ଇଣ୍ଟରନ୍ୟାଶନାଲ ଲିମିଟେଡ ଦ୍ୱାରା ନିର୍ମିତ ଗର୍ଭପାତ ଔଷଧ ‘ମେଫିଗୋ ପିଲ୍’ କୁ ଅନୁମୋଦନ କରିଛି ।

ହେଲେ ଏହା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇନାହିଁ । ଜାପାନୀ ମହିଳାମାନଙ୍କର ପ୍ରଜନନ ଅଧିକାର ବଢୁଥିବା ମଧ୍ୟରେ ମେଫିଗୋ ପିଲ୍କୁ ଅସ୍ତ୍ରୋପଚାରର ବିକଳ୍ପ ଭାବରେ କୁହାଯାଉଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଏହି ନିଷ୍ପତ୍ତି ପୂର୍ବରୁ ଅନଲାଇନ ସର୍ଭେ କରିଥିଲା, ଯେଉଁଥିରେ ୧୨,୦୦୦ ଜନସାଧାରଣଙ୍କ ମତାମତ ସଂଗ୍ରହ କରାଯିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.