fbpx

ଫାସି ଲଗାଇ ଆତ୍ମହତ୍ୟା କଲେ ଡେପୁଟି ସିଏମଓ ସୁନୀଲ ସିଂହ, ଘରୋଇ କଳହକୁ ନେଇ ଥିଲେ ଚିନ୍ତାଗ୍ରସ୍ତ

ନୂଆଦିଲ୍ଲୀ: ସିଏମଓ କାର୍ଯ୍ୟାଳୟରେ ନିୟୋଜିତ ଥିବା ଡେପୁଟି ସୀଏମଓ ସୁନୀଲ ସିଂହ ଫାସି ଲଗାଇ ଆତ୍ମହତ୍ୟା କରିଥିବା କଥା ସାମ୍ନାକୁ ଆସିଛି । ବିଠଲ ହୋଟେଲରେ ତାଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ବାରଣାସୀର ନିବାସୀ ଏବଂ ତାଙ୍କ ବୟସ ୪୬ ବର୍ଷ ବୋଲି ଜଣାପଡିଛି ।

ବର୍ତ୍ତମାନ ତାଙ୍କୁ ସିଏମଓ କାର୍ଯ୍ୟାଳୟରେ ଯୋଗାଯୋଗ ରୋଗ ଅଭିଯାନର ନୋଡାଲ ଅଫିସର କରାଯାଇଥିଲା। ତାଙ୍କର ଏହି ଆତ୍ମହତ୍ୟା ନିଷ୍ପତିକୁ ନେଇ ସମସ୍ତ ବରିଷ୍ଠ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନି। ସୂଚନା ଅନୁଯାୟୀ, ଘରୋଇ ଅସନ୍ତୋଷ ତାଙ୍କୁ ଅସୁବିଧାରେ ପକାଇଥିଲା। ସେଥିପାଇଁ ସେ ଏପରି ନିଷ୍ପତି ନେବାକୁ ବାଧ୍ୟ ହୋଇଥିବା କଥା ସନ୍ଦେହ କରାଯାଉଛି।

ଘଟଣାସ୍ଥଳରେ, ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଚାଲୁ ରହିଛି ।

Get real time updates directly on you device, subscribe now.