fbpx

ରାଜ୍ୟର ଚାରୋଟି ଜିଲ୍ଲାରେ ୩୫୭ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବଦଳୁଛି ପିଲାଙ୍କ ଶିକ୍ଷା ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ବିଦ୍ୟାପୀଠ । ସ୍ମାର୍ଟ ହାଇସ୍କୁଲରେ ପାଠ ପଢ଼ୁଛନ୍ତି ପିଲା । ସାକାର ହେଉଛି ସ୍ବପ୍ନ । ଅତ୍ୟାଧୁନିକ କ୍ଲାସରୁମରେ ପ୍ରୋଜେକ୍ଟର ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ବୋର୍ଡ ହୋଇଛି । କ୍ଲାସରୁମରେ କରାଯାଇଛି ଉନ୍ନତମାନର ବ୍ୟବସ୍ଥା । ପିଲାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ରୂପାନ୍ତରିତ ହେଉଛି ହାଇସ୍କୁଲ ।

ରାଜ୍ୟର ୪ଟି ଜିଲ୍ଲାରେ ୩୫୭ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ । ଅନୁଗୁଳ ଜିଲ୍ଲାରେ ୮୭ଟି ହାଇସ୍କୁଲ, ଗଂଜାମ ଜିଲ୍ଳାରେ ୧୦୬ଟି ହାଇସ୍କୁଲ, କେନ୍ଦୁଝର ଜିଲ୍ଳା ୫୭ଟି ହାଇସ୍କୁଲ ଏବଂ ଜଗତ୍‍ସିଂହପୁର ଜିଲ୍ଲାରେ ୧୦୭ଟି ରୂପାନ୍ତରିତ ହାଇସ୍କୁଲକୁ ଆଜି ଲୋକର୍ପଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.