fbpx

Sun-Glasses ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ: ନହେଲେ ହୋଇପାରେ ମାରାତ୍ମକ

ନୂଆଦିଲ୍ଲୀ: ଖରାରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ସନ୍-ଗ୍ଲାସ ବ୍ୟବହାର କରିଥାନ୍ତି । ଏହାଛଡା ଅଧିକାଂଶ ଲୋକ, ବିଶେଷ କରି ଯୁବଗୋଷ୍ଠୀ ଷ୍ଟାଇଲ ପାଇଁ ମଧ୍ୟ ସନ୍-ଗ୍ଲାସ ପିନ୍ଧିଥାନ୍ତି । ଆଜିକାଲି ସନ୍-ଗ୍ଲାସ ଯୁବବର୍ଗଙ୍କ ପାଇଁ ଏକ ପ୍ରମୁଖ ଆସେସରିଜ ମଧ୍ୟରୁ ଗୋଟିଏ । ତେବେ ଏହାର ଅଧିକ ବ୍ୟବହାର ମାରାତ୍ମକ ହୋଇପାରେ ବୋଲି ଜାଣିବାକୁ ମିଳିଛି । ସନଗ୍ଲାସକୁ ସବୁବେଳେ ପିନ୍ଧିବା ଶରୀର ପ୍ରତି ଖୁବ କ୍ଷତିକାରକ ହୋଇପାରେ । ଏହି ସନ୍-ଗ୍ଲାସ ପାଇଁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିପାରେ ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ସବୁବେଳେ ସନ୍-ଗ୍ଲାସର ବ୍ୟବହାର କରିବା ଦ୍ୱାରା ମଣିଷ ଶରୀରର ସରକେଡିୟନ ରିଦମ୍ ବିଗିଡିପାରେ । ପ୍ରାୟତଃ ସନଗ୍ଲାସ ଆଖିକୁ ଖରା ଏବଂ ଅତିବାଇଗଣୀ ରଶ୍ମୀରୁ ରକ୍ଷା କରିଥାଏ । କିନ୍ତୁ ଏହାଦ୍ୱାରା ଆପଣ ହରମୋନ ଡିସବାଲାନ୍ସ ହୋଇପାରେ ଏବଂ ଇନସୋମିୟା ଏବହ ଡିପ୍ରେସନ ପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେବେ ସ୍ୱାସ୍ଥ୍ୟ ଅପ୍ଟିମାଇଜିଙ୍ଗ ବାୟୋହାକର, ସାଇକୋଲୋଜି ଏକ୍ସପର୍ଟ, ଉଦ୍ୟୋଗୀ ତଥା ଗ୍ଲୋବାଲ ସ୍ପିକର ଟିମ ଗ୍ରେ’ଙ୍କ କହିବା ଅନୁସାରେ, ସବୁବେଳେ ସନଗ୍ଲାସ ପିନ୍ଧିବା ଦ୍ୱାରା ପିନିୟଲ ଗ୍ରନ୍ଥି ଉପରେ ଖରାପ ପ୍ରଭାବ ପଡିଥାଏ । ଏହାଦ୍ୱାରା ମସ୍ତିଷ୍କକୁ ଏହା ସିଗନାଲ ମିଳିଥାଏ ଯେ, ବାହାରେ ବାଦଲ ଢାଭ୍କି ହୋଇ ରହିଛି ଏବଂ ତ୍ୱଚାକୁ ସ୍କିନ ଏକ୍ସପୋଜର ପାଇଁ ପ୍ରସ୍ତୁତ ରହିବାରୁ ରୋକିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସନ୍ୟଗ୍ଲାସ ସରକେଡିୟନ ରିଦମକୁ ବିଗାଡି ଦେଇପାରେ । ଏହାଦ୍ୱାରା ଷ୍ଟ୍ରେସ, ଇନସୋମିୟା ଏବଂ ଡିପ୍ରେସନ ଭଳି ପରିସ୍ତିତି ମଧ୍ୟ ସୃଷ୍ଟି ହୋଇପାରେ । ଟିମ ଗେ’ କହିଛନ୍ତି ଯେ, ସୂର୍ଯ୍ୟକିରଣ ମସ୍ତିଷ୍କରେ ହାଇପୋଥେଲେମସକୁ ଷ୍ଟିମୁଲେଟ କରି ଆପଣଙ୍କ ହରମୋନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ଏହା ମଣିଷ ଶରୀରର ପିନିୟଲ ଗ୍ରନ୍ଥି ସହ ଯୋଡି ହୋଇଥାଏ । ଏକ୍ସପର୍ଟଙ୍କ କହିବା ଅନୁସାରେ ଯେତେବେଳେ ଆଖି ସ୍ୱାଭାବିକ ଭାବରେ ସୂର୍ଯ୍ୟକିରଣକୁ ଗ୍ରହଣ କରି ନ ପାରେ ଶରୀରର ହରମୋନ ସାଇକେଲ ବଦଳି ଯାଇଥାଏ । ଏହାଦ୍ୱାରା ଆପଣଙ୍କ ବଡି ସିଷ୍ଟମ ଏବଂ ମୁଡ ମଧ୍ୟ ପରିବର୍ତ୍ତନ ହୋଇଯାଇଥାଏ । ଯାହା ଫଳରେ ଆଖିରେ ଥକାପଣ ଭରିଯାଏ, କାରଣ ପ୍ରାକୃତିକ ଏହାକୁ ଆଲୋକ ପାଇଁ ସଂଘର୍ଷ କରିବାକୁ ପଡିଥାଏ । ତେଣୁ ଅନେକ ଥର ଆଖିର ଦୃଷ୍ଟିଶକ୍ତି ମଧ୍ୟ ଯାଇପାରେ ।

Get real time updates directly on you device, subscribe now.