fbpx

ଧୋନୀ ନୁହେଁ, ହାର୍ଦ୍ଦିକ ହେଲେ ଆଇପିଏଲର ସଫଳ ଅଧିନାୟକ: ରୋହିତ ଖୁବ ପଛରେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ଗୁଜୁରାଟ ଟାଇଟନ୍ସ ଦ୍ୱିତୀୟ ସ୍ଥାନରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୫୫ରନରେ ମାତ୍ ଦେଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ଗୁଜୁରାଟ । ତେବେ ଏହି ବିଜୟ ସହ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ ଇତିହାସ ସୃଷ୍ଟି କରିଛନ୍ତି । ଆଇପିଏଲର ସଫଳ ଅଧିନାୟକ ଭାବରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କୁ ଅତିକ୍ରମ କରି ସେ ପାଲଟିଛନ୍ତି ନମ୍ବର ୱାନ୍ ।

GT Vs RR: Hardik Pandya Admits To Have Found Equality In Life After Gujarat  Titans' IPL 2022 Final Entry

ଏମ.ଏସ ଧୋନୀଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନ ଆଇପିଏଲର ସଫଳ ଅଧିନାୟକ ତାଲିକାରେ ସେ ପଚରେ ପଡି ଯାଇଛନ୍ତି । ଧୋନୀଙ୍କର ପ୍ରିୟ ବନ୍ଧୁ ହାର୍ଦ୍ଦିକ ପାଣ୍ଡ୍ୟା ଏହି ତାଲିକାରେ ତାଙ୍କୁ ଅତିକ୍ରମ କରି ଲିଷ୍ଟର ଶୀର୍ଷରେ ପହଞ୍ଚି ଯାଇଛନ୍ତି । ସବୁଠୁ ଅଧିକ ବିଜୟ ପ୍ରତିଶତ ଥିବା ଅଧିନାୟକଙ୍କ ତାଲିକାରେ ହାର୍ଦ୍ଦିକ ଖୁବ ଆଗକୁ ଚାଲି ଯାଇଛନ୍ତି । ୨୦ରୁ ଅଧିକ ମ୍ୟାଚରେ ନେତୃତ୍ୱ ନେଇଥିବା ଆଇପିଏଲ ଅଧିନାୟକଙ୍କର ଏକ ତାଲିକା ବ୍ରଡକାଷ୍ଟର୍ସ ତରପରୁ ପ୍ରକାଶ ପାଇଛି । ଏହି ତାଲିକାରେ ସବୁଠୁ ଶୀର୍ଷରେ ପହଞ୍ଚିଛନ୍ତି ଷ୍ଟାର ଅଲରାଉଣ୍ଡର ତଥା ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଏପର୍ଯ୍ୟନ୍ତ ହାର୍ଦ୍ଦିକ ମୋଟ ୨୧ଟି ମ୍ୟାଚ ଖେଳିଥିବା ବେଳେ ସେଥିରୁ ୧୫ଟି ମ୍ୟାଚରେ ବିଜୟଲାଭ କରିଛନ୍ତି । ଅର୍ଥାତ ଏହି ତାଲିକାରେ ହାର୍ଦ୍ଦିକଙ୍କର ବିଜୟ ପ୍ରତିଶତ ୭୫% ରହିଛି । ଯାହା ଅନ୍ୟ ଆଇପିଏଲ ଅଧିନାୟକଙ୍କ ଅପେକ୍ଷା ଖୁବ ଅଧିକ ।

Most successful captains in IPL history

ତେବେ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି କ୍ୟାପଟେନ କୁଲ ମାହି । ଲିଗରେ ମୋଟ ୨୧୭ଟି ମ୍ୟାଚ ଖେଳିଥିବା ବେଳେ ୧୨୮ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ତେବେ ତାଙ୍କ ବିଜୟ ୫୮.୯୯ ପ୍ରତିଶତ ରେକର୍ଡ ହୋଇଛି । ତାଲିକାର ତୃତୀୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର(୫୮.୮୨), ଚତୁର୍ଥରେ ଷ୍ଟିଭ ସ୍ମିଥ(୫୮.୧୪) ଏବଂ ପଞ୍ଚମରେ ଅନିଲ କୁମ୍ବଲେ(୫୭.୬୯) ରହିଛନ୍ତି । ତେବେ ୫ ଥର ମୁମ୍ବାଇ ଇଣ୍ଡିଆନ୍ସକୁ ଚମ୍ପିଆନ କରିଥିବା ରୋହିତ ଶର୍ମା ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.