fbpx

ଡଙ୍ଗା ବୁଡ଼ି ନାବାଳକ ମୃତ ଘଟଣା; ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନକମ୍ପାମୂଳକ ସହାୟତା ଘୋଷଣା କରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକମାଣିଆ ଘାଟ ରେ ନୌକା ଦୁର୍ଘଟଣା ରେ ଜଣେ ନାବାଳକ ମୃତ୍ୟୁବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିଛନ୍ତି।

ମୃତବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ଆଜି ସନ୍ଧ୍ୟା ସୁଦ୍ଧା ଏହି ଅର୍ଥ ତାଙ୍କ ପରିବାରକୁ ଦେବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ ଆଜି ସକାଳୁ ସକାଳୁ ଏକ ଖରାପ ଖବର ଆସି ପହଞ୍ଚିଥିଲା । ଆଜି ବ୍ରାହ୍ମଣୀ ନଦୀରେ ଏକ ଡଙ୍ଗା ବୁଡି ଯିବାର ସୂଚନା ମିଳିଥିଲା । ଏହି ଘଟଣାରେ ୨ଜଣ ନିଖୋଜ ଥିବା ବେଳେ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ଡଙ୍ଗାର ନାଉରିଆ ଏବଂ ଆଉ ଜଣେ ଯାତ୍ରୀଙ୍କର ସୂଚନା ମିଳୁ ନଥିଲା । କୂଳର କିଛି ବାଟ ପୂର୍ବରୁ ଡଙ୍ଗାଟା ନେଉଟି ପଡିଥିଲା ।

ଡଙ୍ଗାଟି ଏକମାଣିଆରୁ ରାଜନଗର କେରଡାଗଡ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଏଥିରେ ମୋଟ ୩୦ଜଣ ଯାତ୍ରୀ ଯାଉଥିବା ବେଳେ ଡଙ୍ଗାରେ ଅଧିକ ଲୋକଥିବାରୁ ଏହା ଭାରସମ୍ୟ ହରାଇ ଲେଉଟି ପଡିଥିଲା ଯାହା ଫଳରେ ଏଭଳି ଅଘଟଣ ଘଟିଛି ।

Get real time updates directly on you device, subscribe now.