ୟୁକ୍ରେନ୍ ରେ ହିନ୍ଦୁ ଦେବୀଙ୍କୁ ଅସମ୍ମାନ ; ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ୱିଟରେ ମା’ କାଳୀଙ୍କୁ କାର୍ଟୁନ୍ ପୋଜରେ ଦର୍ଶାଇଲେ
ନୂଆଦିଲ୍ଲୀ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟର ଅଫିସିଆଲ୍ ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ଟ୍ୱିଟରେ ଭାରତର ପ୍ରତ୍ୟେକ୍ଷ ଦେବୀ କାଳୀଙ୍କୁ ଏମିତି ରୂପରେ ଚିତ୍ରଣ କରାଯାଇଛି ଯାହା ଭାରତୀୟଙ୍କ ମନରେ ଆଘାତ ଦେଇଛିି । ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି ।
ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ରବିବାର ଦିନ ଏହି ଚିତ୍ର ପୋଷ୍ଟ କରି ଭାରତୀୟ ଦେବୀଙ୍କୁ ହଲିଉଡ ଅଭିନେତ୍ରୀ ମାରିଲିନ୍ ମୋନେରୋଙ୍କ ଭଳି ପୋଜ୍ ଏବଂ ଯୁଦ୍ଧ ଧୁଆଁକୁ ମା’ କାଳୀଙ୍କ ସ୍କର୍ଟ ଭଳି ଦର୍ଶାଯାଇଛି । ଯାହା ଅତ୍ୟନ୍ତ ନିନ୍ଦନୀୟ । ହିନ୍ଦୁ ସଂସ୍କୃତିକୁ ପରିହାସ କରୁଛି ଏହି ଚିତ୍ର । ନୀଳ ରଙ୍ଗର ଚର୍ମ, ଜିଭ ବାହାରିଥିବା ଅବସ୍ଥାରେ ଏବଂ ବେକରେ ଖପୁରୀ ହାର ସହ ମୁଣ୍ଡରେ ନାରଙ୍ଗୀ ରଙ୍ଗର କେଶ ଯାହା ଭାରତୀୟ ଦେବୀ କାଳୀଙ୍କୁ ଅସମ୍ମାନ କରୁଛି । ଏହି ଚିତ୍ର ଭାରତୀୟ ଉପଭୋକ୍ତାମାନଙ୍କୁ କ୍ରୋଧିତ କରୁଛି ।
ଜଣେ ୟୁର୍ଜସ ଏହାର ଉତ୍ତର ଦେଇ କହିଛନ୍ତି ଯେ, ୟୁକ୍ରେନ ପ୍ରତିରକ୍ଷା ଟୁଇଟରେ ସମ୍ମାନିତ ହିନ୍ଦୁ ଦେବୀ ମା କାଳୀଙ୍କୁ ପରିହାସ କରୁଥିବାର ଦେଖି ମୁଁ ସମ୍ପୂର୍ଣ୍ଣ ବିସ୍ମିତ। ଏହା ସମ୍ବେଦନଶୀଳତା ଏବଂ ମୁର୍ଖତାର ପ୍ରମାଣ । ଆପତ୍ତିଜନକ ବିଷୟବସ୍ତୁ ହଟାଇବାକୁ ଏବଂ କ୍ଷମା ମାଗିବାକୁ ମୁଁ ତାଙ୍କୁ ଅନୁରୋଧ କରୁଛି । ସମସ୍ତ ଧର୍ମ ଏବଂ ବିଶ୍ୱାସ ପ୍ରତି ସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅନ୍ୟ ଜଣେ ସୁଦର୍ଶନ ସିଂ ଟୁଇଟ୍ କରିଛନ୍ତି।
ଏପରି କାର୍ଟୁନ୍ ତିଆରି କରି ଆମର ବିଶ୍ୱାସକୁ ଅପମାନିତ କରିଥିବାରୁ ଘୋର ଲଜ୍ଜାଜନକ ବିଷୟ ଏବଂ ସଂପୂର୍ଣ୍ଣ ଘୃଣ୍ୟ ପ୍ରୟାସ ବୋଲି ଅନ୍ୟ ଜଣେ ୟୁର୍ଜସ ଟୁଇଟ୍ କରିଛନ୍ତି।