fbpx

(Video) ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଆଶୀର୍ବାଦ ଦେଲେ ୧୦୦ ବର୍ଷୀୟା ବୃଦ୍ଧା: କହିଲେ ସୁଖି ରହୋ…

ନୂଆଦିଲ୍ଲୀ: ଆଜି ‘ମନ୍ କି ବାତ୍’ର ୧୦୦ତମ ଏପିସୋଡକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କୁ ନେଇ ଏକ ନୂଆ ଇତିହାସ ଲେଖିଛନ୍ତି । ଯାହା କେବଳ ଭାରତ ନୁହେଁ, ସାରା ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଥିବା ବେଳେ ଏଥିପାଇଁ ଉତ୍ସାହ ମଧ୍ୟ ଖୁବ ରହିଛି । ଏହା ମଧ୍ୟରେ ନ୍ୟୁଜିଲାଣ୍ଡର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବା ଆରମ୍ଭ କରିଛି । ‘ମନ୍ କି ବାତ୍’ର ୧୦୦ତମ ଏପିସୋଡରେ ଜଣେ ୧୦୦ ବର୍ଷୀୟା ବୃଦ୍ଧା ମୋଦିଙ୍କ ଫଟୋକୁ ଆଶୀର୍ବାଦ କରିଛନ୍ତି ।

ପିଏମ ମୋଦିଙ୍କ ମନ୍ କି ବାତ୍ କୁ ଶୁଣିବା ପାଇଁ ଅକଲାଣ୍ଡର ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ୧୦୦ ବର୍ଷୀୟ ବୃଦ୍ଧା ରାମବେନ୍ । ଭାରତୀୟ ପ୍ରବାସୀଙ୍କ ସମେତ ଆହୁରି ଅନେକ ଲୋକ ଏଠାରେ ଉପସ୍ଥିତ ରହିଥିଲେ । ତେଣୁ ଏହି କାର୍ଯ୍ୟକ୍ରମକୁ ଘରେ ଶୁଣାଇବା ପରିବର୍ତ୍ତେ ସମାରୋହରେ ଶୁଣାଯାଇଥିଲା । ତେବେ ରାମବେନ୍ ଏହି କାର୍ଯ୍ୟକ୍ରମ ଶୁଣିବା ପରେ ପି.ଏମ ମୋଦିଙ୍କୁ ଆଶୀର୍ବାଦ ଦେଇଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖାଯାଇଛି ଯେ, ସେ କାର୍ଯ୍ୟକ୍ରମ ସମୟରେ ମୋଦିଙ୍କ ଫଟୋ/ପୋଷ୍ଟରକୁ ଦେଖି ଆଶୀର୍ବାଦ ଅଜାଡି ଦେଇଥିଲେ । ‘ସୁଖି ରହୋ’ କହି ପି.ଏମ ମୋଦିଙ୍କୁ ଆଶୀର୍ବାଦ ଦେଇଛନ୍ତି ମୋଦିଜୀ ।

ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେକିତିବା ବେଳେ ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ସୂଚନା ଅନୁସାରେ, ନ୍ୟୁୟର୍କର ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା । ଏଥିରେ ଯୋଗ ଦେଇ ସମ୍ପୃକ୍ତ ମହିଳା ମୋଦିଙ୍କ ଫଟୋକୁ ଖୁବ ଆଶୀର୍ବାଦ ଦେଇଛନ୍ତି ।

Get real time updates directly on you device, subscribe now.