ନୂଆଦିଲ୍ଲୀ: ମଣିଷ ବର୍ତ୍ତମାନ ଏପରି ଅନେକ ଜିନିଷ ଦ୍ୱାରା ଘେରି ରହିଛି, ଯାହା ଦୃଶ୍ୟମାନ ହୁଏନି କିନ୍ତୁ ତାଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ସାବ୍ୟସ୍ତ ହୁଏ । ୱାଇଫାଇ ମଧ୍ୟ ଏଥି ମଧ୍ୟରୁ ଗୋଟିଏ । ତେବେ ସଞ୍ଚାର ବ୍ୟବସ୍ଥା ଏବଂ ଟେକନିକ୍ ଲୋକମାନଙ୍କୁ ଯେତିକି ସୁବିଧା ଦେଉଛି, ତାଠାରୁ ଅଧିକ କ୍ଷତି କରୁଛି । ୱାଇଫାଇ ମଧ୍ୟ କିଛି ଏପରି କରୁଛି । କିନ୍ତୁ ଏହାକୁ ଏଡାଇ ଦିଆଯାଇପାରେ, ଖାସକରି ଯେତେବେଳେ ଆପଣ ଏହାକୁ ବ୍ୟବହାର କରୁନଥିବେ ।
ଉତ୍ତମ ସଂଯୋଗ ସହିତ ଅନେକ ରୋଗ :-
ଉତ୍ତମ ସଂଯୋଗୀକରଣ ଏବଂ ସ୍ପୀଡ ଇଣ୍ଟରନେଟ୍ ପାଇଁ ଆମେ ଘରେ ୱାଇଫାଇ ଲଗାଉ, କିନ୍ତୁ ସେହି କାରଣରୁ ଆପଣଙ୍କୁ ଘେରି ରହିଥାଏ ବିପଜ୍ଜନକ ତରଙ୍ଗ… ଆପଣ ଜାଣିଛନ୍ତି କି ଆପଣ ଏଥିରୁ କେତେ ଅସୁସ୍ଥ ହୋଇପାରିବେ । ୱାଇଫାଇରୁ ବାହାରୁଥିବା ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ୱାଇଫାଇ ରାଉଟରରୁ ଅନେକ ପ୍ରକାରର ବିକିରଣ ତରଙ୍ଗ ବାହାରିଥାଏ, ଯାହା ଆପଣଙ୍କୁ ଡିପ୍ରେସନ, ଅନିଦ୍ରା ଏବଂ ହାଇ ବ୍ଲଡ ପ୍ରେସର ଭଳି ରୋଗ ଦେଇପାରେ ।
ୱାଇଫାଇ ଦ୍ୱାରା କେଉଁ ରୋଗ ହୋଇପାରେ :-
ୱାଇ-ଫାଇର ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ଏବଂ ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ମଧ୍ୟ ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇଥାଏ । ଏହା ଅନିଦ୍ରା ସମସ୍ୟା ସୃଷ୍ଟି କରିପାରେ । ୱାଇ-ଫାଇର ବିକିରଣ ତରଙ୍ଗ ଆମକୁ ମାନସିକ ସ୍ତରରେ ପ୍ରଭାବିତ କରିଥାଏ । ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ମଧ୍ୟ ଲୋକଙ୍କ ସ୍ମୃତି ଶକ୍ତି ଉପରେ ପ୍ରଭାବ ପକାଉଛି । ଏହା ଅଲଜାଇମର ସମସ୍ୟା ସୃଷ୍ଟି କରୁଛି ।