fbpx

ଭାଙ୍ଗିଲା ସବୁ ରେକର୍ଡ: ଏପ୍ରିଲ ମାସରେ ସଂଗ୍ରହ ହେଲା ସର୍ବାଧିକ ୨୩ ୧.୮୭ ଲକ୍ଷ କୋଟି ଜିଏସଟି

ନୂଆଦିଲ୍ଲୀ: ଭାରତର ଦ୍ରବ୍ୟ ଏବଂ ସେବା କର (ଜିଏସଟି) ରାଜସ୍ୱ ସଂଗ୍ରହରେ ସୃଷ୍ଟି ହେଲା ନୂଆ ରେକର୍ଡ। ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏପ୍ରିଲ ୨୦୨୩ ରେ ସଂଗ୍ରହ ହୋଇଛି ସର୍ବାଧିକ ସର୍ବାଧିକ ୧.୮୭ ଲକ୍ଷ କୋଟି ରାଜସ୍ୱ। ସୋମବାର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଗତ ମାସର ମୋଟ ଜିଏସଟି ସଂଗ୍ରହ ଏପ୍ରିଲ୍ ୨୦୨୨ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ଗଲା ବର୍ଷ ସମାନ ମାସରେ ୧୯,୪୯୫ କୋଟି ଜିଏସଟି ସଂଗ୍ରହ ହୋଇଥିଲା।

ଏପ୍ରିଲ ୨୦ ତାରିଖରେ ୬୮,୨୨୮ କୋଟି ଟଙ୍କାର କର ସଂଗ୍ରହ ୯.୮ ଲକ୍ଷ କୋଟି ଟଙ୍କାର କାରବାର ଉପର ହୋଇଛି, ଯାହା ଗୋଟିଏ ଦିନରେ ସର୍ବାଧିକ । ସେହିପରି ଗତ ମାସରେ ଘରୋଇ ବଜାରରେ କାରବାର(ଆମଦାନୀକୁ ମିଶାଇ) କର ସଂଗ୍ରହ ୧୬ ପ୍ରତିଶତ ବୃଦ୍ଧି ପାଇଛି ।

ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଏପ୍ରିଲ୍‌, ୨୦୨୩ ମାସରେ ସଂଗ୍ରହ ହୋଇଥିବା ମୋଟ୍ ଜିଏସ୍‌ଟି ରାଜସ୍ୱ ହେଉଛି ୧,୮୭,୦୩୫ କୋଟି, ଯେଉଁଥିରୁ ସିଜିଏସ୍‌ଟି ୩୮,୪୪୦ କୋଟି, ଏସ୍‌ଜିଏସ୍‌ଟି ହେଉଛି, ୪ ୪୭,୪୧୨ କୋଟି, ଆଇଜିଏସ୍‌ଟି ହେଉଛି, ୮ ୮୯,୧୫୮ କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ, ୯ ୩୪,୯୭୨ କୋଟି) ଏବଂ ସେସ୍ ହେଉଛି ୧୨,୦୨୫ କୋଟି (ସାମଗ୍ରୀ ଆମଦାନୀରେ ୯୦୧ କୋଟି ସାମିଲ) ।

Get real time updates directly on you device, subscribe now.