fbpx

ଓଡିଶାକୁ ଆଲର୍ଟ; ଝଡ-ତୋଫାନ ସହ ପ୍ରବଳ ବର୍ଷା ଆଣୁଛି ବାତ୍ୟା ‘ମୋଚା’! ଏହିସବୁ ସ୍ଥାନରେ କରିବ ତାଣ୍ଡବ

ଭୁବନେଶ୍ୱର: ଓଡିଶା ଆଡକୁ ମାଡି ଆସୁଛି ବାତ୍ୟା ‘ମୋଚା’ । ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ଭବିଷ୍ୟବାଣୀ କରିଛି ପାଣିପାଗ ବିଭାଗ । ଏହାସହିତ ମେ’ ୮ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ ଖାଡିର ଦକ୍ଷିଣ-ପୂର୍ବରେ ଏକ ସାଇକ୍ଲୋନିକ ଝଡ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ମୁଖ୍ୟତଃ ପଶ୍ଚିମବଙ୍ଗ ଏବଂ ଓଡିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଫଳରେ ରବିବାରରୁ ବୁଧବାର ପର୍ଯ୍ୟନ୍ତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପରେ ପ୍ରବଳ ବର୍ଷା ହେବା ନେଇ ଅପୁମାନ କରୁଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ୪୦-୫୦ କି.ମି. ବେଗରେ ପବନ ବହିପାରେ । ତେବେ ପରେ ଏହା ୬୦-୭୦ କି.ମି ବେଗରେ ପହଞ୍ଚିପାରେ ଏବଂ ମେ’ ୧୦ ତରିଖରୁ ଏହି ବେଗ ୮୦କି.ମି ପାର କରିପାରେ । ଏହାକୁ ନଜରରେ ରଖି ଓଡିଶା ସରକାର ୧୮ଟି ତଟୀୟ ଏବଂ ଆଖପାଖ ଜିଲ୍ଲାଗୁଡିକର ଜିଲ୍ଲାପାଳ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ସୋମବାର ବଙ୍ଗଳାର ଖାଡି ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏହାର ଗତି ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ ଦିଗ ପରିବର୍ତ୍ତନ କରିବ । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଗତିପଥକୁ ନେଇ ସ୍ପଷ୍ଟ ସୂଚନା ଦିଆଯିବ ବୋଲି କହିଛନ୍ତି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ପୁରୀ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାଗୁଡିକରେ ବର୍ଷା ସହ ଝଡ ତୋଫାନ ହେବା ନେଇ ଚେତାବନୀ ଜାରି ହୋଇଛି । କୌଣସି ବି ସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ବାତ୍ୟା ସମୟରେ ସୁରକ୍ଷିତ ସ୍ଥାନରେ ରହିବା ସହ ଟ୍ରାଫିକ ନିୟମକୁ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.