fbpx

ବସ୍ ଷ୍ଟପରେ ଅପେକ୍ଷା କରିଥିବା ଲୋକଙ୍କ ଉପରେ ମାଡିଗଲା କାର, ୭ ମୃତ

ନୂଆଦିଲ୍ଲୀ: ବସ୍ ଷ୍ଟପରେ ଅପେକ୍ଷା କରିଥିବା ଯାତ୍ରୀମାନଙ୍କ ଉପରେ କାର ତୀବ୍ର ବେଗରେ ଆସି ଚଢାଇଦେଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସଙ୍ଗେସଙ୍ଗେ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଅଧିକାରୀଙ୍କ କହିବା ଅନୁସାରେ, ରେଞ୍ଜ ରୋଭର ଚାଳକ ରବିବାର ଦିନ ଟେକ୍ସାସର ବ୍ରାଉନ୍ସବିଲେର ଭିଡରେ ଗାଡି ଚଢାଇଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜଣାଯାଇ ନାହିଁ ଯେ, ଏହା ଦୁର୍ଘଟଣା ନା ଜାଣିଶୁଣି ଏପରି କରାଯାଇଛି ।

ସୂଚନା ଅନୁଯାୟୀ, ଭୁମିହୀନ ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରୁଥିବା ଏକ ଶରଣାର୍ଥୀ କେନ୍ଦ୍ର ବାହାରେ ଏକତ୍ର ହୋଇଥିବା ଶରଣାର୍ଥୀମାନଙ୍କ ଉପରେ ଏହି କାର ଚଢାଇ ଦେଇଛି । ଡ୍ରାଇଭର ଚାଳକକୁ ପୋଲିସ ହେପାଜତରେ ନେଇ, ତାଙ୍କ ଉପରେ ଅନ୍ୟମନଷ୍କ ହୋଇ ଗାଡି ଚଳାଇବାର ଅଭିଯୋଗ ଲଗାଇଛି । ଏହାପରେ ପୋଲିସ ଟକ୍ସିକୋଲୋଜି ରିପୋର୍ଟକୁ ଅପେକ୍ଷା କରିଛି ।

ଘଟଣାସ୍ଥଳରେ ଡ୍ରାଇଭର ସହ ଅନ୍ୟାନ୍ୟ ୧୦ ଲୋକ ମଧ୍ୟ ଆହତ ହୋଇଛନ୍ତି । ସେମାନ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି । ସିସିଟିଭିରେ କଏଦ ହୋଇଥିବା ଏହି ଦୁର୍ଘଟଣାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.