fbpx

ସ୍ମାର୍ଟ ସ୍କୁଲ୍‍: ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫାଇଭ୍‍-ଟି ହାଇସ୍କୁଲ୍‍ ରୂପାନ୍ତରଣ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ୍‍ର ଲୋକାର୍ପଣ କରିବେ । ଏଥିରେ କଟକ ଜିଲ୍ଲାର ୯୮ଟି, କଳାହାଣ୍ଡି ଜିଲ୍ଲାର ୧୧୫ଟି, ମାଲକାନଗିରି ଜିଲ୍ଲାର ଅଣଚାଶଟି ଓ ଯାଜପୁର ଜିଲ୍ଲାର ୭୩ଟି ବିଦ୍ୟାଳୟ ରହିଛି । ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହିସବୁ ବିଦ୍ୟାଳୟର ଲୋକାର୍ପଣ କରିବେ । ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ତେବେ ଫାଇଭ-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଆଜି ଷଷ୍ଠ ଦିନ ।ରୂପାନ୍ତରିତ ସ୍କୁଲ ସମ୍ପତ୍ତିର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ଵ ଦିଆଯାଉଛି ।ରୂପାନ୍ତର ଯୋଗୁ ନିଜ ପାଇଁ ଓ ଆମ ଓଡିଶା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବୁ, ସେ ଆତ୍ମବିଶ୍ବାସ ଆମର ଆସିଛି ବୋଲି ଛାତ୍ରଛାତ୍ରୀ କହୁଛନ୍ତି । ସାଧାରଣ ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ । ତାର ବ୍ୟକ୍ତିଗତ ସମ୍ମାନ ଓ ମର୍ଯ୍ୟଦା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ଜୀବନରେ ଆସିଥାଏ ରୂପାନ୍ତର ବା ସଫଳତା । ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪ଟି ଜିଲ୍ଲାର ରୂପାନ୍ତରିତ ସ୍କୁଲର ରୂପାନ୍ତରଣ କରିବେ ।

Get real time updates directly on you device, subscribe now.