fbpx

କର୍ଣ୍ଣାଟକ ଫଳାଫଳ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ସତର୍କ ଘଣ୍ଟି, ସେପଟେ ବିରୋଧୀଙ୍କୁ ମିଳିଲା ବୁଷ୍ଟର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ବହୁମତ ସହିତ ସରକାରକୁ ଫେରିବା ଏକପ୍ରକାର ନିଶ୍ଚିତ ହୋଇସାରିଛି। ଏବେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ୧୩୯ ଟି ଆସନ, ବିଜେପି ୬୨ ଏବଂ ଜେଡିଏସ ୨୦ଟି ଆସନ ଜିତୁଥିବା ଦେଖିବାକୁ ମିଳୁଛି। କର୍ଣ୍ଣାଟକ ଫଳାଫଳ ବିଜେପି ପାଇଁ ସତର୍କଘଣ୍ଟି ହୋଇଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ଦକ୍ଷିଣ ଦ୍ୱାର ବନ୍ଦ ହୋଇଯାଇଛି। ନିର୍ବାଚନ ପୂର୍ବରୁ ପ୍ରଚାର ମଇଦାନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା। ଶନିବାର କର୍ଣ୍ଣାଟକ ନିର୍ବାଚନୀ ଫଳାଫଳ ଆସିବା ପରେ ଏହାକୁ କେବଳ ରାଜ୍ୟ ନିର୍ବାଚନଠାରୁ କିଛି ଅଧିକ ଭାବରେ ଦେଖାଯାଉଛି। ଉଭୟେ କଂଗ୍ରେସ ଏବଂ ବିଜେପି ପାଇଁ କର୍ଣ୍ଣାଟକ ନିର୍ବାଚନ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା।

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହି ରାଜ୍ୟରେ କିଏ ସରକାର ଗଠନ ହେବ ସେ ନେଇ ଖୁବ ଆଲୋଚନା ଚାଲିଥିଲା। ଖାସକରି ଏହି ପରାଜୟ ସହିତ ବିଜେପିକୁ ଏହାର ମିଶନ ଦକ୍ଷିଣରାଜ୍ୟକୁ ଜୋରଦାର ଝଟକା ଲାଗିଛି। କାରଣ ଦକ୍ଷିଣରେ କେବେଳ କର୍ଣ୍ଣାଟକରେ ବିଜେପିର ଶାସନ ଥିଲା। ଆଗକୁ ଚଳିତବର୍ଷ ତେଲେଙ୍ଗାନା ନିର୍ବାଚନ ଥିବା ବେଳେ ଏଥିପାଇଁ ବିଜେପି ଅନେକ ଦିନରୁ ପ୍ରସ୍ତୁତି କରୁଥିଲା, କିନ୍ତୁ କର୍ଣ୍ଣାଟକ ପରାଜୟ ପରେ ଏଠାରେ ବିଜେପି ପାଇଁ ଚ୍ୟାଲେଞ୍ଜ ଆହୁରି ବଢିଯାଇଛି।

ସେହିପରି ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବିଜେପି ବିରୋଧୀଙ୍କୁ ବୁଷ୍ଟର ମିଳିଛି। ଏହାସହିତ ବିରୋଧୀ ମାନଙ୍କର ମଙ୍ଗ ଧରିବା ଦାବି ମଧ୍ୟ କଂଗ୍ରେସର ଦୃଢ଼ ହେବ। ସମାନ ସମୟରେ ଯଦି ବିଜେପି ବିଜୟ ଲାଭ କରିଥାନ୍ତ ତେବେ ସ୍ଥିତି ଏହାର ଓଲଟା ହୋଇଥାନ୍ତା। ତେବେ କର୍ଣ୍ଣାଟକର ୨୮ଲୋକସଭା ଆସନରୁ ବିଜେପି ପାଖରେ ଏବେ ୨୫ ଟି ଥିବା ବେଳେ ଏବେ ବିଜେପିର ପରାଜୟ ଆଗାମୀ ଲୋକସଭା ନିର୍ବାଚନରେ ପ୍ରଭାବ ପଡ଼ିପାରେ। କାରଣ କର୍ଣ୍ଣାଟକର ଭୌଗୋଳିକ ସ୍ଥିତିକୁ ଦେଖିଲେ ଉତ୍ତରରେ ମହାରାଷ୍ଟ୍ର, ଉତ୍ତରରେ ଗୋଆ, ଦକ୍ଷିଣରେ କେରଳ, ଦକ୍ଷିଣ ପୂର୍ବରେ ତାମିଲନାଡୁ, ପୂର୍ବରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରହିଛନ୍ତି। କର୍ଣ୍ଣାଟକକୁ ମିଶାଇ ଏହି ସବୁ ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ୧୭୯ ରହିଛି।

 

Get real time updates directly on you device, subscribe now.