fbpx

ଭୁବନେଶ୍ୱରଠାରେ ଆସନ୍ତାକାଲି ଆରମ୍ଭ ହେବ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଆସନ୍ତାକାଲି ଭୁବନେଶ୍ୱରଠାରେ ଆରମ୍ଭ ହେବ । ଏହି ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ତଥା ବିଭିନ୍ନ ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଯୋଗଦେବେ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହେବ । ଆସନ୍ତାକାଲି ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ‘କଲଚର ୟୁନାଇଟ୍‍ସ ଅଲ୍‍’ ବିଷୟବସ୍ତୁ ଉପରେ ପ୍ରସ୍ତୁତ ବାଲୁକାକଳାକୁ କେନ୍ଦ୍ର ସଂସ୍କୃତି ତଥା ପର୍ଯ୍ୟଟନମନ୍ତ୍ରୀ ଜି.କିଷନ ରେଡ୍ଡୀ ଏବଂ କେନ୍ଦ୍ର ସଂସ୍କୃତି ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉଦ୍‍ଘାଟନ କରିବେ ।

୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ କଳାଭୂମି ଠାରେ ‘ସଷ୍ଟେନ୍‍ : ଦ କ୍ରାଫ୍ଟ ଇଡିୟମ୍‍’ ପ୍ରଦର୍ଶନୀକୁ ଉଦ୍‍ଘାଟନ କରିବେ । ଗସ୍ତକାଳରେ ପ୍ରତିନିଧିମାନେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଏବଂ ଉଦୟଗିରି ଗୁମ୍ଫା ଆଦି ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.