fbpx

ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୩ଟାବେଳେ ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (CISCE) ଦ୍ୱାରା ପରିଚାଳିତ ଦଶମ (ICSE ) ଏବଂ ଦ୍ୱାଦଶ ଶ୍ରେଣୀ (ISC) ପରୀକ୍ଷାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ପରୀକ୍ଷାଫଳ ପାଇଁ cisce.org ଏବଂ results.cisce.org ୱେବସାଇଟ୍‍ ଲଗ୍‍ଇନ୍‍ କରିପାରିବେ। ଫଳାଫଳ ସମ୍ପର୍କରେ ଯଦି କୌଣସି ଅଭିଯୋଗ ଥାଏ ତେବେ ସମ୍ପୃକ୍ତ ସ୍କୁଲ [email protected] ରେ ଅଭିଯୋଗ ଦାଖଲ କରିପାରିବେ ବୋଲି CISCE ପକ୍ଷରୁ କୁହାଯାଇଛି।

ଏହାବାଦ ବ୍ୟକ୍ତିଗତ ସ୍ତରରେ ପରୀକ୍ଷାର୍ଥୀମାନେ CISCE ୱେବସାଇଟ୍‍ରେ ପୁନଃ ମୂଲ୍ୟାୟନ ପାଇଁ ମଧ୍ୟ ଅନୁରୋଧ ଦାଖଲ କରିପାରିବେ । ଏହି ସୁବିଧା ଆଜି ଅପରାହ୍ନ ୩ଟାରୁ ଚଳିତ ମାସ ୨୧ ତାରିଖ ଯାଏଁ ଉପଲବ୍ଧ ରହିବ । ଚଳିତ ବର୍ଷ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ CISCE ପକ୍ଷରୁ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୨୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.