IPL-2023; Playoffsରୁ ବାଦ୍ ପଡିବ ଚେନ୍ନାଇ ସୁପର କିଙ୍ଗସ! କ’ଣ କହୁଛି ପଏଣ୍ଟ ଟେବୁଲ ସମୀକରଣ…

ନୂଆଦିଲ୍ଲୀ: ରବିବାର କୋଲକାତା ବିପକ୍ଷ ମ୍ୟାଚରେ ପରାଜୟ ଚେନ୍ନାଇ ସୁପର କିଙ୍ଗସକୁ ଏକ ଶକ୍ତ ଝଟକା ଦେଇଛି । ଏହି ମ୍ୟାଚରେ ବିଜୟଲାଭ କରିଥିଲେ ଚଳତ ସିଜନରେ ପ୍ରଥମ ଟିମ୍ ଭାବେ ପ୍ଲେଅଫରେ ପହଞ୍ଚିଥାନ୍ତା । କିନ୍ତୁ ଏହି ପରାଜୟ ଦଳକୁ ପ୍ଲେଅଫରୁ ବିଦା କରିପାରେ । ଏବେ ପ୍ଲେଅଫରେ ପହଞ୍ଚିବା ଚେନ୍ନାଇ ପାଇଁ କଷ୍ଟ ହେବା ନେଇ ଅନୁମାନ କରାଯାଉଛି । ପଏଣ୍ଟ ଟେବୁଲରେ ସମୀକରଣ କହୁଛି ଯେ ଚେନ୍ନାଇ ଏବେ ବି ଏହି ଦୌଡରୁ ବାଦ୍ ପଡିବାର ଆଶଙ୍କା ରହିଛି ।

ପ୍ଲେଅଫ ପାଇଁ ଲାଗିଥିବା ଏହି ରେସରେ ସମୀକରଣ ଏମିତି ରହିଛି ଯେ, ୪ଟି ଟିମ୍ ବର୍ତ୍ତମାନ ୧୬ ଅଙ୍କରେ ପହଞ୍ଚିବାର ସମ୍ଭାବନା ରହିଛି । ଏହି ଅଙ୍କ ସହିତ ସେମାନେ ପଏଣ୍ଟ ଟେବୁଲରେ ଟପ୍-୪ ଦଳ ଭାବରେ ପ୍ଲେଅଫକୁ ଏଣ୍ଟ୍ରି କରିପାରନ୍ତି । ଯାହା ଫଳରେ ଚେନ୍ନାଇ ଏହି ଦୌଡରୁ ବାଦ୍ ପଡିବାର ଆଶଙ୍କା ଦେଖାଦେଇଛି । ବତ୍ତମାନ ଚେନ୍ନାଇ ହାତରେ କେବଳ ଗୋଟିଏ ମ୍ୟାଚ ବାକି ଅଛି ଏବଂ ପଏଣ୍ଟ ଟେବୁଲରେ ୧୫ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଦଳ ଯଦି ଏହି ମ୍ୟାଚରେ ବି ପରାସ୍ତ ହୁଏ, ତେବେ ଶେଷରେ ୧୫ ପଏଣ୍ଟ ହି ପାଇପାରିବ । କିନ୍ତୁ ମ୍ୟାଚରେ ପରାଜୟ ଦଳକୁ ପ୍ଲେଅଫରୁ ବାହାର କରିପାରେ । ଚେନ୍ନାଇ ବ୍ୟତୀତ ଆଉ ୩ଟି ଟିମ ପାଖରେ ବର୍ତ୍ତମାନ ୧୬ ପଏଣ୍ଟ ହାସଲ କରିବାର ସୁଯୋଗ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ, ଲକ୍ଷେ୍ନø ସୁପର ଜିଆଣ୍ଟସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଯଦି ଏହି କାରନାମା କରି ଦିଅନ୍ତି, ତେବେ ଧୋନୀବାହିନୀ ପାଇଁ ଏହା ମହଙ୍ଗା ପଡିପାରେ ।

ମୁମ୍ବାଇ ଇଣ୍ଡିଆନ୍ସ ଏବେ ୭ ବିଜୟ ସହ ୧୪ ପଏଣ୍ଟ ହାସଲ କରିଥିବା ବେଳେ ଦଳ ପାଖରେ ଆହୁରି ୨ଟି ମ୍ୟାଚ ବାକି ରହିଛି । ସେହିପରି ଲକ୍ଷେ୍ନø ପାଖରେ ମଧ୍ୟ ଆଉ ଗୋଟିଏ ମ୍ୟାଚ ରହିଛି ଯାହା ସେ ହାଇଦ୍ରାବାଦ ବିପକ୍ଷରେ ଖେଳିବ । ଏହାବ୍ୟତୀତ ବାଙ୍ଗାଲୋର ମଧ୍ୟ ଶେଷ ୨ଟି ମ୍ୟାଚ ବିଜୟୀ ହୋଇ ୧୬ ପଏଣ୍ଟ ପ୍ରାପ୍ତି କରିପାରେ । ଯଦି ,ହା ସମ୍ଭବ ହୁଏ ଏବଂ ଚେନ୍ନାଇ ଦିଲ୍ଲୀ ବିପକ୍ଷ ମ୍ୟାଚରେ ବିଜୟ ହାସଲ ନ କରେ, ତେବେ ଧୋନୀଙ୍କ ପ୍ଲେ-ଅଫ୍ ସ୍ୱପ୍ନ ଅଧାରେ ରହିପାରେ ।