fbpx

video : ରାସ୍ତାରେ ଯାଉଥିଲେ ଦମ୍ପତି, ହଠାତ୍ ପଛରୁ ଆସିଲା ମୃତ୍ୟୁ , ସିସିଟିଭିରେ କଏଦ

ନୂଆଦିଲ୍ଲୀ : ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଆପଣଙ୍କ ମନ ମଧ୍ୟ ଥରି ଉଠିବ । ଯାହା କେବେ ଆପଣ ସ୍ୱପ୍ନରେ ସୁଧା ଭାବି ନଥିବେ । କେତେବେଳେ ଜୀବନ ଦ୍ୱୀପ ଲିଭିଯିବ, ତାହା କିଛି ଗ୍ୟାରେଣ୍ଟି ନାହିଁ । ଭାଇରାଲ ହେଉଥିବା ଭିଡିଓରେ ଏକ ଦମ୍ପତି ବ୍ୟସ୍ତବହୁଳ ରାସ୍ତାରେ ଯାଉଥିବାର ନଜର ଆସିଛନ୍ତି। ଏହି ସମୟରେ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କ ସହିତ ଘଟୁଥିବା ଦୁର୍ଘଟଣା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଭାଇରାଲ ଭିଡିଓରେ ଯେତେବେଳେ ଉଭୟ ଦମ୍ପତି ଅସାବଧାନତା ଅବସ୍ଥାରେ ବୁଲୁଥିଲେ, ସେହି ସମୟରେ ଅନ୍ୟ ଗାଡ଼ିରୁ ଆସୁଥିବା ଟାୟାର ଉଡିକି ଆସି ଉକ୍ତ ବ୍ୟକ୍ତିଙ୍କ ପଛ ମୁଣ୍ଡରେ ବାଜୁଛି । ଟାୟାର ବାଜିବା ମାତ୍ରେ ହିଁ ବ୍ୟକ୍ତି ଜଣକ ରାସ୍ତାରେ ପଡ଼ିଯାଉଛନ୍ତି । ଆଉ ଉଠି ପାରୁନ୍ତି ନାହାଁନ୍ତି । ଏହି ସମୟରେ ସାଥୀ ଥିବା ମହିଳା ମଧ୍ୟ କ’ଣ ହୋଇଛି କିଛି ବୁଝି ପାରୁନାହିଁନ୍ତି । ସେ ନିଜ ସାଥୀକୁ ଉଠାଇବାକୁ ଚେଷ୍ଟା କରନ୍ତି, ହେଲେ ସେତେବେଳକୁ ସେ ମୃତ୍ୟୁ ବରଣ କରିସାରିଛନ୍ତି ।

Get real time updates directly on you device, subscribe now.