fbpx

ଖୁସି ଖବର, ଏହି ଟ୍ରେନରେ ଗୋଟିଏ କୋଚ୍ ମହିଳାଙ୍କ ପାଇଁ ରହିବ ସଂରକ୍ଷିତ: ଅନ୍ୟ ବଗିରେ ବି ହେବ ରିଜର୍ଭ

ନୂଆଦିଲ୍ଲୀ: ଭାରତର ପ୍ରଥମ ଆଞ୍ଚଳିକ ଟ୍ରେନ, ରାପିଡଏକ୍ସ(ରାପିଡ ଟ୍ରେନ)ରେ ମହିଳାଙ୍କ ପାଇଁ ଗୋଟିଏ କୋଚ୍ ସଂରକ୍ଷିତ ରହିବ । ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଏନସିଆରଟିସି । ଦିଲ୍ଲୀରୁ ମେରଠ ଯାଉଥିବା ଟ୍ରେନର ଦ୍ୱିତୀୟ କୋଚ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ତେବେ ମେରଠରୁ ଦିଲ୍ଲୀ ଆସିବା ବେଳେ ଶେଷରୁ ଦ୍ୱିତୀୟ କୋଚ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ ବୋଲି ଜାଣିବାକୁ ମିଳିଛି । ଏ ନେଇ ଏନସିଆରଟିସି ପକ୍ଷରୁ ସୂଚନା ଦିଆଯାଇଛି ।

ଏ ସମ୍ପର୍କରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ମହିଳାଙ୍କର ଏହି କୋଚ ଚିହ୍ନଟ କରିବା ପାଇଁ ପ୍ଲାଟଫର୍ମେରେ ଏବଂ ଟ୍ରେନର ଦ୍ୱାର ଖୋଲିବା ସ୍ଥାନରେ କୌଣସି ଚିହ୍ନ ବା ସଂକେତ ଦିଆଯାଉଛି । ଏହି ସଂରକ୍ଷିତ କୋଚରେ ପ୍ରାୟ ୭୨ ସିଟିଙ୍ଗ କ୍ଷମତା ରହିଛି । ଏହାବ୍ୟତୀତ ଟ୍ରେନର ଅନ୍ୟ ବଗିରେ ମଧ୍ୟ ଅତିରିକ୍ତ ୧୦ଟି ସିଟ ମହିଳାଙ୍କ ପାଇଁ ସଂରକ୍ଷିତ କରି ରଖାଯିବ । ଏହପାର ଅଧିକାରୀ ଜଣକ କହିଛନ୍ତି ଯେ, ଏନସିଆରଟିସି, ନିଜ ସ୍ଥାପନା ପରଠାରୁ ରାପିଡଏକ୍ସ ମାଧ୍ୟମରେ ମହିଳାଙ୍କ ପାଇଁ ସୁରକ୍ଷିତ ଏବଂ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଲଗାତାର କାର୍ଯ୍ୟ କରୁଛି । ତେବେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ କୋଚ ଏହାର ଏକ ପଦକ୍ଷେପ ବୋଲି ସେ ପ୍ରକାଶ କରିଛନ୍ତି । ମହିଳାମାନେ ସୁରକ୍ଷିତ ଭାବରେ କିପରି ଯାତ୍ରା କରିପାରିବେ, ସେହିଭଳି ଏକ ପରିବେଶ ପ୍ରସ୍ତୁତ କରିବାକୁ ଚାହୁଁଛି ଏନସିଆରଟିସି ।

ତେବେ ଏହାବ୍ୟତୀତ ଷ୍ଟେସନ ପରିସରରେ ଏବଂ ଏହାର ଆଖପାଖରେ ନଜରରେ ରଖିବା ପାଇଁ ସିସିଟିଭି କ୍ୟାମେରା ଲାଗୁ କରାଯିବା ସହ ବିଭିନ୍ନ ଗତିବିଧି ଉପରେ ନଜର ରଖିବା ପାଇଁ ସୁରକ୍ଷାକର୍ମୀଙ୍କ ନିୟୋଜିତ କରାଯିବ । ଟ୍ରେନରେ ହ୍ୱିଲ ଚେୟାର ଓ ଷ୍ଟ୍ରେଚର ପାଇଁ ମଧ୍ୟ ସ୍ଥାନ ରହିବ ଏବଂ ପ୍ରତ୍ୟେକ ଷ୍ଟେସନରେ ଏଥିପାଇଁ ଲିଫ୍ଟର ବ୍ୟବସ୍ଥା ମଧ୍ୟ କରାଯିବ । ତେବେ ଆସନ୍ତା ୨୦୨୫ ସୁଦ୍ଧା ଦିଲ୍ଲୀ-ଗଜିଆବାଦ-ମେରଠକୁ ୮୨ କି.ମି.ର ଏକ ଲମ୍ବା ରୁଟ୍ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି ଏନସିଆରଟିସି ।

Get real time updates directly on you device, subscribe now.