fbpx

ସମସ୍ତ ଗର୍ଭାଶୟ ଅସ୍ତ୍ରୋପଚାରର ହେବ ଅଡିଟ୍, ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ଗର୍ଭାଶୟ ଅସ୍ତ୍ରୋପଚାର ବର୍ତ୍ତମାନ ଦେଶରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସରକାରୀ ଏବଂ ଘରୋଇ ହସ୍ପିଟାଲ ଅର୍ଥ ଲୋଭରେ ଆବଶ୍ୟକତା ନଥାଇ ମଧ୍ୟ ଅସ୍ତ୍ରୋପଚାରରେ ଗର୍ଭାଶୟକୁ କାଢି ଦେଉଛନ୍ତି । ଏଭଳି ଅଭିଯୋଗ ସୁପ୍ରିମକୋର୍ଟରେ ପହଁଚିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗର୍ଭାଶୟ ଅସ୍ତ୍ରୋପଚାର ସଂପର୍କରେ ଅଡିଟ୍ ପାଇଁ ନିଷ୍ପତ୍ତି ନେଇଛି । କେଉଁ କାରଣ ପାଇଁ ଗର୍ଭାଶୟ କଢାଗଲା ସେନେଇ ତଦନ୍ତ କରାଯିବ ।

ଓଡ଼ିଶା ସମେତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାରଙ୍କୁ ଅଡିଟ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି । ୪୦ବର୍ଷରୁ କମ୍ ବୟସ ମହିଳାଙ୍କ ଗର୍ଭାଶୟ ଅସ୍ତ୍ରୋପଚାର ତଦନ୍ତ ପାଇଁ ଜାତୀୟସ୍ତରରେ ଅନୁଧ୍ୟାନ କମିଟି ଗଠନ କରାଯାଇଛି । ରାଜ୍ୟ ସ୍ତରରେ ଅଡିଟ୍ ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରୀୟ କମିଟି ଗଠନ ହେବ । ଏହି କମିଟିରେ ଦୁଇଜଣ ବିଶେଷଜ୍ଞ ରହିବାର ବ୍ୟବସ୍ଥା ହୋଇଛି ।

ଅଭିଯୋଗରୁ ଜଣାପଡିଛି ଯେ, ସରକାରୀ ହସ୍ପିଟାଲ ଅପେକ୍ଷା ଘରୋଇ ଡାକ୍ତରଖାନାରେ ଏହି ଅସ୍ତ୍ରୋପଚାର ଅଧିକ ହେଉଛି । ସେହପରିି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ମହିଳାଙ୍କ ପାଖେ ଏହା ଅଧିକ ଦେଖାଯାଉଛି । ୪୫ବର୍ଷରୁ ଅଧିକ ବୟସ ମହିଳାଙ୍କ ଗର୍ଭାଶୟ ଅସ୍ତ୍ରୋପଚାର କରିହେବ । କିନ୍ତୁ ଅର୍ଥ ଲୋଭରେ ଡାକ୍ତରମାନେ ଏହି ଅସ୍ତ୍ରୋପଚାର ୩୫ ବର୍ଷରୁ କମ ମହିଳା ମାନଙ୍କର ମଧ୍ୟ କରିଦେଉଛନ୍ତି । ଜାତୀୟସ୍ତରରେ ଏହା ୩.୩ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୧.୯ ପ୍ରତିଶତ ଅସ୍ତ୍ରୋପଚାର ହୋଇଛି ।

Get real time updates directly on you device, subscribe now.