fbpx

ଯଦି ପୁରୁଷମାନେ ୬ ଘଣ୍ଟାରୁ କମ୍ ସମୟ ଶୁଅନ୍ତି, ତେବେ ହାର୍ଟ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ଅନେକ କ୍ଷତି

ବର୍ତ୍ତମାନ ଦିନକୁ ଦିନ ହାର୍ଟ ଆଟାକ ଘଟଣା ବଢ଼ିବାରେ ଲାଗିଛି। ଯାହାକି ଖାସ କରି ପୁରୁଷଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। କିନ୍ତୁ ଏହାର ମୁଖ୍ୟ କାରଣ ମଧ୍ୟ ରହିଛି। ଯାହାକି ନ ଶୋଇବା ଦ୍ବାରା ହୋଇଥାଏ।ଶୋଇବା ପୂରଣର ଆବଶ୍ୟକତା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ ଯଦି ପୁରୁଷମାନେ ୬ ଘଣ୍ଟାରୁ କମ୍ ସମୟ ପର୍ଯ୍ୟନ୍ତ ନିଦ ପୂରଣ କରନ୍ତି, ତେବେ ହାର୍ଟ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ହୋଇପାରେ। ଆଜିକାଲି, ଖାଦ୍ୟ ଏବଂ ଜୀବନଶୈଳୀ ଏପରି ହୋଇଗଲାଣି ଯେ ଶରୀରରେ ଗୋଟିଏ ବା ଅନ୍ୟ ସମସ୍ୟା ଦେଖା ଯାଉଛି।

ଯଦି ଶୋଇବା ଅଭାବ ଥାଏ, ତେବେ ପୁରୁଷମାନଙ୍କଠାରେ ହରମୋନର ସ୍ତର ପ୍ରାୟତ ଦ୍ରୁତ ଗତିରେ ବଢ଼ିଥାଏ। ଏହା ହୃଦୟ ସହିତ ଜଡିତ ଅନେକ ଗମ୍ଭୀର ରୋଗର କାରଣ ହୋଇପାରେ, ଏହା ଇନସୁଲିନ୍ ପ୍ରତିରୋଧକୁ ମଧ୍ୟ ବଢାଇ ଥାଏ। ଆମେରିକୀୟ ହାର୍ଟ ଆସୋସିଏସନର ନିକଟରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ଓଜନ ବୃଦ୍ଧି, ମେଦବହୁଳତା, ଉଚ୍ଚ ରକ୍ତଚାପ ଏସବୁ ଜିନିଷ ଯାହା ହୃଦୟର ବିପଦ ସହିତ ଜଡିତ ଥିବାବେଳେ ଏହି ରୋଗର ମୁଖ୍ୟ କାରଣ ହେଉଛି ନିଦ୍ରା ଅଭାବ। ନିଦ୍ରା ଅଭାବ ପୁରୁଷମାନଙ୍କୁ ଅସୁସ୍ଥ କରିପାରେ। ଶରୀର ପାଇଁ ପର୍ଯ୍ୟାପ୍ତ ନିଦ୍ରା ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କହିବାକୁ ଗଲେ ଖାସ କରି ୮ ଘଣ୍ଟା ଶୋଇବା ଆବଶ୍ୟକ। ଯଦି ଠିକ୍ ଭାବେ ୬ ରୁ ୮ ଘଣ୍ଟା ନିଦ ସଂପୂର୍ଣ୍ଣ ନହୁଏ, ତେବେ ବ୍ଲଡ ପ୍ରେସର୍ ମଧ୍ୟ ହେବାର ଆଶଙ୍କା ଥାଏ। ଯାହା ପାଇଁ ହାର୍ଟ ରୋଗ ହୋଇପାରେ। ତେଣୁ ସଠିକ ଜୀବନଶୈଳୀ ସହିତ ଉପଯୁକ୍ତ ମାତ୍ରାରେ ଶୋଇବା ମଧ୍ୟ ନିହାତି ଦରକାର୍।

ତେବେ ଆସନ୍ତୁ ଜାଣିବା ଖରାପ ନିଦ୍ରାର ମୁଖ୍ୟ କାରଣ କ’ଣ ?

ପୁରୁଷମାନଙ୍କୁ ଠିକ୍ ପରିମାଣରେ ଖାସ କରି ଶୋଇବା ଉଚିତ୍ ମହିଳାଙ୍କ ତୁଳନାରେ। ଯେଉଁମାନେ ଅତି କମରେ ୬ ଘଣ୍ଟାରୁ କମ୍ ଶୋଇଥା’ନ୍ତି, ସେମାନଙ୍କର ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ, ତେଣୁ ପ୍ରାୟ ୭ ରୁ ୮ ଘଣ୍ଟା ଶୋଇବାକୁ ନିଶ୍ଚିତ କରନ୍ତୁ। ଠିକ୍ ସମୟରେ ଶୋଇ ଠିକ୍ ସମୟରେ ଉଠିବା ମଧ୍ୟ ଉଚିତ୍। ଶୋଇବା ପୁର୍ବରୁ ମୋବାଇଲ୍ କିମ୍ବା ଲାପଟପରେ ଅଧିକ ସମୟ କାମ ନକରିବାକୁ ଚେଷ୍ଟା କରନ୍ତୁ ଏବଂ ଶୋଇବା ପୂର୍ବରୁ କଫି କିମ୍ବା ଚା ବ୍ୟବହାରରୁ ମଧ୍ୟ ଦୂରେଇ ରୁହନ୍ତୁ। ନିଦ ନ ଆସିଲେ ଶୋଇବା ପୁର୍ବରୁ ଆପଣ ଯୋଗ ମଧ୍ୟ କରି ପାରିବେ। କିମ୍ବା ଗୀତ ଶୁଣି ପାରିବେ।

Get real time updates directly on you device, subscribe now.