fbpx

ଅଭିନେତା ସଲମାନ ଖାନ ଆହତ: ‘ଟାଇଗର ୩’ ଶୁଟିଂ ବେଳେ ଘଟିଲା ଅଘଟଣ

ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଲିଉଡ ଭାଇଜାନ ତଥା ଦବଙ୍ଗ ଷ୍ଟାର ସଲମାନ ଖାନ ଆହତ ହୋଇଛନ୍ତି । ନିକଟରେ ବିଭିନ୍ନ ପ୍ରେକ୍ଷାଳୟରେ ‘କିସି କା ଭାଇ କିସି କି ଜାନ’ ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଆଗକୁ ‘ଟାଇଗର ୩’ ମୁକ୍ତିଲାଭ କରିବ । ତେବେ ଅଚାନକ ସଲମାନ ଆହତ ହେବା ଖବର ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ଚିନ୍ତା ବଢ଼ାଇ ଦେଇଛି ।

ନିଜେ ଆହତ ହେବା ନେଇ ସଲମାନ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି । ‘ଟାଇଗର ୩’ ଶୁଟିଂ ସେଟରେ ୫ କେଜିର ଏକ ଡମ୍ବଲ ଉଠାଉଥିବା ସମୟରେ ସେ ବାମ କାନ୍ଧରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ‘ଟାଇଗର ଜଖମୀ ହୈ’ ବୋଲି ସେ ଲେଖିଛନ୍ତି । ଏହି ପୋଷ୍ଟରେ ସଲମାନ କୌଣସି ସାର୍ଟ ପିନ୍ଧି ନଥିବାର ଏକ ଫଟୋ ପୋଜ୍ ଦେଇଛନ୍ତି । ଅଭିନେତାଙ୍କର ବାମପଟ କାନ୍ଧରେ ବ୍ୟାଣ୍ଡେଜ୍ ପଡ଼ିଥିବା ଦେଖାଯାଉଛି ।

ସାଧାରଣ ଭାବେ ପ୍ରତ୍ୟେକ ଫିଲ୍ମ ପାଇଁ ସଲମାନ ବହୁତ ପରିଶ୍ରମ କରିଥାନ୍ତି । ‘ଟାଇଗର ୩’ ଫିଲ୍ମ ପାଇଁ ମଧ୍ୟ ସେ ଝାଳ ଓ ରକ୍ତ ଝରାଉଥିବା ଦେଖାଯାଉଛି । ଆସନ୍ତା ନଭେମ୍ବର ମାସରେ ଫିଲ୍ମ ପରଦାକୁ ଆସିବା ନେଇ ସ୍ଥିର ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଫିଲ୍ମରେ କିଙ୍ଗ ଖାନ ଶାହରୁଖ ଖାନ୍ ଦେଖାଦେବେ । ଦୁଇ ଖାନ ଏକାଠି ପୂର୍ବରୁ ନିଜ ନିଜର ଜଲୱା ଦେଖାଇ ସାରିଥିବା ବେଳେ ପୁଣି ଥରେ ଦୁହେଁ ଏକାଠି ମସ୍ତି କରିବେ । ଅନ୍ୟ ଷ୍ଟାରଙ୍କ ମଧ୍ୟରେ ଫିଲ୍ମରେ କ୍ୟାଟ୍ରିନା କୈଫ, ଇମ୍ରାନ ହାସମୀ ରହିଥିବା ବେଳେ ମନୀଶ ଶର୍ମା ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ।

Get real time updates directly on you device, subscribe now.