fbpx

ରାଜୀବ ଯୁବା ମିତାନ କ୍ଲବ୍‌କୁ ୭.୭୧କୋଟିର ସହାୟତା

ରାୟପୁର : ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ୧୩ଜିଲ୍ଲାର ୩୦୮୫ ରାଜୀବ ଯୁବା ମିତାନ କ୍ଲବ୍‌କୁ ୭କୋଟି ୭୧ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି । ଏ ନେଇ ଗତ ୨୧ତାରିଖରେ ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ଆୟୋଜିତ ଭରସା ମେଳାରେ ଶ୍ରୀ ବାଘେଲ ଏହି ଘୋଷଣା କରିଥିଲେ । ଯୁବବର୍ଗଙ୍କୁ ରଚନାତ୍ମକ କାର୍ଯ୍ୟରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି ରାଜୀବ ଯୁବା ନିତାନ କ୍ଲବ୍ ଗଠନ କରାଯାଇଛି । ଛତିଶଗଡର ବିଭିନ୍ନ ଜିଲ୍ଲାରେ ୧୩,୨୪୨ଟି କ୍ଲବ ଗଠନ କରାଯାଇ ସଫଳତା ପୂର୍ବକ କାର୍ଯ୍ୟକାରି କରାଯାଉଛି । ଏହି କ୍ଲବ୍ ଗୁଡିକ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

Get real time updates directly on you device, subscribe now.