fbpx

କେନ୍ଦ୍ର ସରକାରଙ୍କୁ ୮୭,୪୧୬ କୋଟି ଦେବ ଆର୍‌ବିଆଇ

ମୁମ୍ବାଇ: ମାଲାମାଲ୍ ହେବେ କେନ୍ଦ୍ରର ମୋଦୀ ସରକାର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କେନ୍ଦ୍ର ସରକାରଙ୍କୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଡିଭିଡେଣ୍ଡ ଫଣ୍ଡ ଭାବେ ୮୭,୪୧୬ କୋଟି ଟଙ୍କା ଦେବା ପ୍ରସ୍ତାବକୁ ଶୁକ୍ରବାର ମଞ୍ଜୁରୀ ଦେଇଛନ୍ତି। ଗତବର୍ଷର ଡିଭିଡେଣ୍ଟ ଫଣ୍ଡ ତୁଳନାରେ ଏଥର ୨ ଗୁଣ ଅଧିକ ରହିଛି । କେନ୍ଦ୍ରୀୟ ବ୍ୟାଙ୍କ ଏତେ ଅର୍ଥ ଦେବେ ବୋଲି ମୋଦୀ ସରକାର ଭାବି ବି ନଥିଲେ । ଆର୍ଥିକ ବର୍ଷ ୨୦୨୧-୨୨ରେ ଆରବିଆଇ ଡିଭିଡେଣ୍ଟ ଫଣ୍ଡ ବାବଦରେ କେନ୍ଦ୍ର ସରକାରଙ୍କୁ ୩୦,୩୦୭ କୋଟି ଟଙ୍କା ପ୍ରଦାନ କରିଥିଲା।

ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆରବିଆଇର କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳର ୬୦୨ତମ ବୈଠକରେ ଡିଭିଡେଣ୍ଡ ଫଣ୍ଡକୁ ନେଇ ଆଜି ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ନିଜ ବିବୃତିରେ କହିଛନ୍ତି, ନିର୍ଦ୍ଦେଶକ ମଣ୍ଡଳୀ କୌଣସି ପ୍ରକାରର ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ‘କଣ୍ଟିନଜେନ୍ସି ରିସ୍କ ବଫର’କୁ ୬ପ୍ରତିଶତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଆର୍ôଥକ ବର୍ଷ ୨୦୨୨-୨୩ ପାଇଁ ବଳକା ଭାବେ ୮୭,୪୧୬ କୋଟି ଟଙ୍କା କେନ୍ଦ୍ର ସରକାରକୁ ପ୍ରଦାନ କରିବାକୁ ମଞ୍ଜୁରୀ ଦେଇଛି । ନିର୍ଦ୍ଦେଶକ ମଣ୍ଡଳୀ ବୈଶ୍ୱିକ ସହ ଘରୋଇ ଆର୍ôଥକ
ଏବଂ ଏହା ସଂପର୍କିତ ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି। ଏଥିସହ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବାର୍ଷିକ ରିପୋର୍ଟକୁ ମଣ୍ଡଳୀ ମଞ୍ଜୁରୀ ଦେଇଛନ୍ତି ।

Get real time updates directly on you device, subscribe now.