fbpx

ରୋମାଞ୍ଚକର ବିଜୟ ସହିତ ୧୪ ପଏଣ୍ଟରେ ପହଞ୍ଚିଲା ରାଜସ୍ଥାନ: ବଞ୍ଚାଇ ରଖିଲା ପ୍ଲେ ଅଫ୍ ଆଶା, ପଞ୍ଜାବ ଆଉଟ୍

ଧର୍ମଶାଳା: ସ୍ଥାନୀୟ ହିମାଚଳପ୍ରଦେଶ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଚଳିତ ଆଇପିଏଲରେ ଗୁରୁତ୍ୱପୂର୍ଣ୍ଣ ଶେଷ ପର୍ଯ୍ୟାୟ ଲିଗ୍‌ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୪ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ପଞ୍ଜାବ ୧୮୮ ରନ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ
ପଛରେ ବ୍ୟାଟିଂ କରି ରାଜସ୍ଥାନ ୧୯.୪ ଓଭରରେ ୬ ୱିକେଟ ହରାଇ ୧୮୯ ରନ ସଂଗ୍ରହ ସହିତ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଓପନର ଜଶସ୍ୱୀ ଜୟସ୍ୱାଲ ୩୬ ବଲରୁ ୫୦, ଦେବଦତ୍ତ ପାଡ଼ିକଲ ୫୧, ସିମରନ ହେଟ୍ଟମେୟର ୪୬ ରନ କରି ରାଜସ୍ଥାନ ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏହି ବିଜୟ ସହିତ ରାଜସ୍ଥାନ ଲିଗ୍ ପର୍ଯ୍ୟାୟ ମୁକାବିଲା ଶେଷ କରିଥିବା ବେଳେ ୧୪ ମ୍ୟାଚରୁ ୧୪ ପଏଣ୍ଟ ହାସଲ କରିଛି । ତେବେ ଅନ୍ୟାନ୍ୟ ଏକାଧିକ ଦଳ ପ୍ଲେ ଅଫ୍‌ ଦୌଡ଼ରେ ସାମିଲ ହୋଇଥିବାରୁ ଅବଶିଷ୍ଟ ୪ ମ୍ୟାଚ ଶେଷ ହେବା ପରେ ରାଜସ୍ଥାନର ପ୍ଲେ ଅଫ୍ ଖେଳିବା ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ୫ ୱିକେଟ ବିନିମୟରେ କରିଥିଲା ୧୮୭ ରନ । ଦଳ ପକ୍ଷରୁ ସାମ କରନ ସର୍ବାଧିକ ୪୯ ଓ ଜିତେଶ ଶର୍ମା ୪୪ ଏବଂ ଶାହାରୁଖ ଖାନ ୪୧ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ନବଦୀପ ସାଇନ ସଫଳ ବୋଲରଭାବେ ୩ ୱିକେଟ ହାସଲ କରିଥିଲେ ।

Get real time updates directly on you device, subscribe now.