fbpx

ରାଜ୍ୟସଭା ରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ

ନୂଆଦିଲ୍ଲୀ, ୧୧ା୧୨(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ସଭାରେ ପାରିତ ହୋଇଛି ନାଗରିକତା ସଂଶୋଧନ ବିଲ୍ । ବହୁ ତର୍କ ବିତର୍କ ପରେ ଏହି ବିଲ୍ ପାରିତ ହୋଇଛି । ବିଲ୍ ସପକ୍ଷରେ ୧୨୫ଭୋଟ ପଡ଼ିଥିବା ବେଳେ ବିପକ୍ଷରେ୧୦୫ ଭୋଟ ପଡ଼ିଛି । ବର୍ତ୍ତମାନ ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା, ତାଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏହି ବିଲ୍ ଲୋକସଭାରେ ବହୁମତରେ ପାରିତ ହୋଇଥିଲା । ବିଲ୍ ଉପସ୍ଥାପନ କରିବା ସପକ୍ଷରେ ୨୯୩ଟି ଭୋଟ୍ ପଡ଼ିଥିଲା । ସେହିପରି ବିଲ୍ ବିପକ୍ଷରେ ୮୨ଟି ଭୋଟ୍ ପଡ଼ିଥିଲା । ସଂସଦରେ ସେତେବେଳେ ୩୭୫ଜଣ ସଦସ୍ୟ ଉପସ୍ଥିତ ରହିଥିଲେ ।

ନାଗରିକତା ସଂଶୋଧନ ବିଲ୍‌-୨୦୧୯ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

Get real time updates directly on you device, subscribe now.