fbpx

୧୮ ବର୍ଷ ହେଲେ ଆପେ ଅପେ ଭୋଟର ଲିଷ୍ଟରେ ଯୋଡି ହେବ ନାଁ: ସରକାର ଆଣୁଛନ୍ତି ନୂଆ ପ୍ଲାନ!

ନୂଆଦିଲ୍ଲୀ: ଏଣିକି ଲୋକଙ୍କ ମୁଣ୍ଡ ହଟିବ ଭୋଟର ପରିଚୟ ପତ୍ର କରିବାର ଟେନସନ । ଭୋଟର ଲିଷ୍ଟରେ ନିଜ ନାମ ଉଠାଇବା ପାଇଁ ଅଫିସକୁ ମଧ୍ୟ ଦୌଡିବାକୁ ପଡିବନି । କାରଣ ଜଣକୁ ୧୮ ବର୍ଷ ହେବା ମାତ୍ରେ ଆପେ ଆପେ ଭୋଟର ଲିଷ୍ଟରେ ନାଁ ଯୋଡି ହୋଇଯିବ । ସେହିଭଳି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲେ ଭୋଟର ଲିଷ୍ଟରୁ ଆପେ ଆପେ ତାଙ୍କ ନାଁ ହଟିଯାଇ ପାରିବ । ଏଥିପାଇଁ କେନ୍ଦ୍ର ସରକାର ଏକ ନୂଆ ବିଲ ଆଣିବାକୁ ଯାଉଛନ୍ତି । ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ।

ଜନଗଣନା ଭବନର ଉଦଘାଟନ ସମୟରେ ଭୋଟର ଲିଷ୍ଟକୁ ନେଇ ଏକ ବଡ ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ଯେ, ସରକାର ସଂସଦରେ ଏକ ବଡ ବିଲ ଆଣିବାକୁ ଯାଉଛନ୍ତି । ଏଥିରେ ଜନ୍ମ ଏବଂ ମୃତ୍ୟୁ ରୋଜିଷ୍ଟରକୁ ଭୋଟର ଲିଷ୍ଟ ସହ ଯୋଡିବା ପାଇଁ ନିୟମ ରହିବ । ଏହାଦ୍ୱାରା କେହି ଜଣେ ନାଗରିକ ୧୮ ବର୍ଷ ବୟସର ହେବା ମାତ୍ରେ ତାଙ୍କ ନାମ ଭୋଟର ଲିଷ୍ଟ ଯୋଡି ହୋଇ ପାରିବ । ସେହିପରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଭୋଟର ଲିଷ୍ଟରୁ ତାଙ୍କ ନାମ ହଟିଯାଇ ପାରିବ । ଏ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ପହଞ୍ଚି ପାରିବ । ପ୍ରତ୍ୟେକ ନାଗରିକଙ୍କ ଅପଡେଟ ପାଇବା ମାତ୍ରେ ଏହାର ପ୍ରକ୍ରିୟା ଚାଲୁ ହେବ ।

ଗତବର୍ଷ ଅମିତ ଶାହ କହିଥିଲେ ଯେ, ଏଣିକି ଜନଗଣନା ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ ଏବଂ ଶତ ପ୍ରତିଶତ ସଠିକ ହେବ । ଏଥିପାଇଁ ଏକ ସଫ୍ଟଓୟାର ଏବଂ ମୋବାଇଲ ଆପ୍ ମଧ୍ୟ ପ୍ରସ୍ତୁତ କରାଯିବ ଯାହାଦ୍ୱାରା ଲୋକେ ଘରେ ବସି ନିଜ ଡାଟା ଅପଡେଟ କରିପାରିବେ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାରିଖ ଜନଗଣନା ସହ ଯୋଡି ହୋଇ ରହିବ, ପିଲାକୁ ୧୮ ବର୍ଷ ହେଲେ ଏବଂ ଜଣଙ୍କର ମୃତ୍ୟୁ ହେଲେ ଏହା ଆପେ ଆପେ ଭୋଟର ଲିଷ୍ଟରେ ପରିବର୍ତ୍ତନ ହୋଇ ପାରିବ । ଏହି ବିଲ ଦ୍ୱାରା ଭାରତର ଜନଗଣନା ଅଟୋମେଟିକ ଅପଡେଟ ହୋଇ ପାରିବ । ଫଳରେ ସରକାରୀ ଅପିସର ଚକ୍କର କାଟିବାରୁ ମୁକ୍ତି ମିଳିବା ସହ ଡାଟା ଅପଡେଟ କରିବା ମଧ୍ୟ ସହଜ ଏବଂ ସୁବିଧା ହୋଇଯିବ ।

Get real time updates directly on you device, subscribe now.