fbpx

ଭାରତରେ ସମୟ ପୂର୍ବରୁ ଜନ୍ମ ହେଉଛନ୍ତି ସବୁଠାରୁ ଅଧିକ ଛୁଆ, ରିପୋର୍ଟରୁ ସାମ୍ନାକୁ ଆସିଲା ଏହାର କାରଣ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ସମୟ ପୂର୍ବରୁ ଛୁଆ ଜନ୍ମ ହେବା କାରଣରୁ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଯାଉଛି । ଦୁନିଆରେ ଭାରତ ଏପରି ଏକ ଦେଶ, ଯେଉଁଠାରେ ସମୟ ପୂର୍ବରୁ ସବୁଠାରାୁ ଅଧିକ ଶିଶୁ ଜନ୍ମ ହେଉଛନ୍ତି । ଭାରତରେ ଏହି ସମସ୍ୟା ବହୁତ ବଡ଼ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ‘Born too soon’ ନାମକ ଏକ ରିପୋର୍ଟ ଉପସ୍ଥାପନ କରିଛି । ଏହି ରିପୋର୍ଟରେ ଅନୁମାନ କରାଯାଏ ଯେ, ୨୦୨୨ ମସିହାରେ ବିଶ୍ୱରେ ୧.୩୪ କୋଟିରୁ ଅଧିକ ପିଲା ସମୟ ପୂର୍ବରୁ ଜନ୍ମ ହୋଇଥିଲେ ।

ଏଥିମଧ୍ୟରୁ ୩୦ ଲକ୍ଷ ପିଲା ଭାରତର ଥିଲେ । ଦୁନିଆରେ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କର ଏହା ୨୨% । ଏହି ରିପୋର୍ଟ ଅନୁଯାୟୀ, ଭାରତ ପରେ ଯେଉଁ ଦେଶରେ ସମୟ ପୂର୍ବରୁ ଶିଶୁ ଜନ୍ମ ହେଉଛନ୍ତି, ସେମାନଙ୍କ ମଧ୍ୟରେ ପାକିସ୍ତାନ, ନାଇଜେରିଆ, ଚୀନ୍ ଏବଂ ଇଥିଓପିଆ ପ୍ରମୁଖ । ଭାରତରେ ସମୟ ପୂର୍ବରୁ ଛୁଆ ଜନ୍ମ ହେବା ସାମାନ୍ୟ କାହିଁକି ଏବଂ ଏହାର ବିପଦ କେତେ ଅଧିକ, ଆସନ୍ତୁ ଜାଣିବା…

ସମୟ ପୂର୍ବରୁ ଜନ୍ମ କ’ଣ ?
୩୭ ସପ୍ତାହ ପୂର୍ବରୁ ଯଦି କୌଣସି ଶିଶୁ ଜନ୍ମ ହୁଏ, ତେବେ Preterm birth ବା ସମୟ ପୂର୍ବରୁ ଶିଶୁର ଜନ୍ମ ବୋଲି କୁହାଯାଏ । ଗର୍ଭଧାରଣ ଉପରେ ନିର୍ଭର କରି ପ୍ରିଟର୍ମ ବାର୍ଥର ଅନେକ ଉପ-ଶ୍ରେଣୀ ଅଛି । ୨୮ ସପ୍ତାହ ପୂର୍ବରୁ ନବଜାତ ଶିଶୁର ଜନ୍ମକୁ extremely preterm birth କୁହାଯାଏ । ଅନ୍ୟ ପଟେ, ଯେଉଁ ପିଲାମାନେ ୨୮ ସପ୍ତାହରୁ ୩୨ ସପ୍ତାହ ମଧ୍ୟରେ ଜନ୍ମ ହୁଅନ୍ତି, ସେମାନଙ୍କୁ very preterm births କୁହାଯାଏ । ଅନ୍ୟ ପଟେ ୩୨ ସପ୍ତାହରୁ ୩୭ ସପ୍ତାହ ମଧ୍ୟରେ ଜନ୍ମ ହୋଇଥିବା ଶିଶୁକୁ middle preterm birth ବର୍ଗରେ ରଖାଯାଏ ।

ଇଣ୍ଡିଆ ଟୁଡେ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଡକ୍ଟର ଭାବେଶକାନ୍ତ ଚୌଧୁରୀ କହିଛନ୍ତି ଯେ, ଜନ୍ମ ହୋଇଥିବା ସମସ୍ତ ଶିଶୁଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ସମୟ ପୂର୍ବରୁ ଜନ୍ମ ହୁଅନ୍ତି । ଏଥିମଧ୍ୟରୁ ୧୦ ରୁ ୨୦ ପ୍ରତିଶତ ସମୟର ବହୁତ ପୂର୍ବରୁ ଜନ୍ମ ହୁଅନ୍ତି ।

ସମୟ ପୂର୍ବରୁ ଶିଶୁ ଜନ୍ମ ହେବାର କାରଣଗୁଡ଼ିକ କ’ଣ?
ଅଧିକାଂଶ ଶିଶୁ ସମୟ ପୂର୍ବରୁ ଭଲରେ ଜନ୍ମ ହୁଅନ୍ତି । କିନ୍ତୁ କିଛି ସଂକ୍ରମଣ ବା ଗର୍ଭଧାରଣାରେ ଜଟିଳତା ହେତୁ କେତେକ ସମୟ ପୂର୍ବରୁ ଜନ୍ମ ହୋଇଥାନ୍ତି । ବିଶେଷଜ୍ଞମାନଙ୍କ ମତରେ, ଧୂମପାନ, ମଦ୍ୟପାନ, ସଂକ୍ରମଣ, ଭିଟ୍ରୋ ଫର୍ଟିଲାଇଜେସନ୍, ପୁରୁଣା ହୃଦ୍ ରୋଗ, ମଧୁମେହ ଇତ୍ୟାଦି କେତେକ କାରଣ ଯୋଗୁଁ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥାଏ । ସର୍ବଭାରତୀୟ ସ୍ତରରେ, ପାଞ୍ଚ ବର୍ଷ ବୟସ ପୂର୍ବରୁ ଯେଉଁ ପିଲାଙ୍କ ମୃତ୍ୟୁ ହୁଏ, ସେମାନଙ୍କ ମଧ୍ୟରେ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କ ସଂଖୃା ଅଧିକ ରହିଛି । ଅନ୍ୟପକ୍ଷରେ ଯଦି ଆମେ ସବୁ ବୟସର ଲୋକଙ୍କ ବିଷୟରେ ଆଲୋଚନା କରିବା, ତେବେ ସମୟ ପୂର୍ବରୁ ଜନ୍ମ, ହୃଦ ରୋଗ, ନିମୋନିଆ ଏବଂ ନିମୋନିଆ ପରେ ଏହା ପୃଥିବୀର ଚତୁର୍ଥ ବୃହତ୍ତମ କାରଣ ।

Get real time updates directly on you device, subscribe now.