fbpx
BSKY SKY
BSKY SKY

ମଣିପୁରରେ ପୁଣି ତେଜିଲା ହିଂସାକାଣ୍ଡ, ମନ୍ତ୍ରୀଙ୍କ ଘରେ ଲାଗାଇଦେଲେ ନିଆଁ, ଗୁଳି ବାଜି ଜଣେ ମୃତ

BSKY

ନୂଆଦିଲ୍ଲୀ: ମଣିପୁରରେ ହିଂସାକାଣ୍ଡ ଥମିବାର ନାମ ନେଉନି । ମୈତେଇ ସମୁଦାୟକୁ ଏସଟି କରାଯିବା ବିରୋଧରେ ମେ ୩ ତାରିଖରେ ଏହି ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାକୁ ୨୧ ଦିନ ବିତିଗଲାଣି । ବହୁ ଦିନ କର୍ଫ୍ୟୂ ପରେ କିଛିମାତ୍ରାରେ କୋହଳ କରାଯାଇଥିଲା । ହେଲେ ପୁଣି ହିଂସାକାଣ୍ଡକୁ ଦେଖି କର୍ଫ୍ୟୂ ଲଗାଯାଇଛି । ଏହି ହିଂସାକାଣ୍ଡ ଫଳରେ ଗତକାଲି ପିଡବ୍ଲ୍ୟୁ ମନ୍ତ୍ରୀ ଗୋବିନ୍ଦାସ କୋଥୋଇଜମଙ୍କ ଘର ଉପରେ ଆକ୍ରମଣ କରାଯାଇଛି । ଏହାସହ ଗୁଳି ବାଜିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି ।

ବର୍ତ୍ତମାନ ଅମିତ ଶାହ ମଣିପୁର ଗସ୍ତରେ ଅଛନ୍ତି । ଆଜି ବିଜେପି ବିଧାୟକ ଗୁହ୍ୱାଟୀ ଯାଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ । ସୂଚନା ଅନ୍ୟୁାୟୀ, ପଶ୍ଚିମ ଇମ୍ଫାଲ ଏବଂ ପୂର୍ବ ଇମ୍ଫାଲ ଜିଲ୍ଲାରେ କର୍ଫ୍ୟୁ କୋହଳକୁ ପୁଣିଥରେ ବନ୍ଦ କରାଯାଇଛି । ବିଷ୍ଣୁପୁରର ହିଂସାକାଣ୍ଡ ପରେ ଲୋକମାନେ ରାସ୍ତାକୁ ପଳାଇଆସିଥିଲେ । ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସେଠାରେ ଅନେକ ଘରେ ନିଆଁ ମଧ୍ୟ ଲଗାଯାଇଥିଲା । ସେନା କହିବା ମୁତାବକ, ସେଠାରେ ୫ରାଉଣ୍ଡ ଗୁଳି ଚାଲିଥିଲା । ଏହାବ୍ୟତୀତ ଏକ ମାରୁତୀ ଅଲ୍ଟୋ କାରକୁ ଜବତ କରାଯାଇଛି । କିଛି ସ୍ଥାନରେ ଗ୍ରେନେଟ ମଧ୍ୟ ଫିଙ୍ଗା ଯାଇଛି । ଏଥିରେ ୩ଜଣଙ୍କୁ ଗିରଫ କରାଯାଇଛି ।

ମୈତେଇ ସମୁଦାୟର କହିବା କଥା ହେଉଛି, ସ୍ୱାଧୀନତା ପୂର୍ବରୁ ସେମାନଙ୍କୁ ଜନଜାତିର ଦର୍ଯ୍ୟା ମିଳିଥିଲା । ହେଲେ ବିଗତ କିଛି ବର୍ଷରେ ମୈତେଇ ସମୁଦାୟର ସ୍ୱାଧୀନତା ହ୍ରାସ ପାଇଥିଲା । ମୈତେଇ ସମୁଦାୟର ଦାବି ହେଉଛି, ସାଂସ୍କୃତିକ ପରିଚୟର ସୁରକ୍ଷା ପାଇଁ ଆରକ୍ଷଣ ଦିଆଯିବା ଆବଶ୍ୟକ । ଅନ୍ୟପଟେ ନଙ୍ଗା ଏବଂ କୁକି ଜନଜାତି ଏହାର ବିରୋଧରେ ଅଛନ୍ତି । ନଙ୍ଗା ଏବଂ କୁକୁ ମଣିପୁର ଆଦିବାସୀର ୩୪ ପ୍ରତିଶତ ଅଛନ୍ତି ।

 

Get real time updates directly on you device, subscribe now.