fbpx

ଶିବଙ୍କ ଉପାସକ ଅଦୀନମ୍ ଙ୍କ ପଛରେ ରହିଛି ଏକ ଗୌରବମୟ ଇତିହାସ

ନୂଆଦିଲ୍ଲୀ:ଗତ ରବିବାର ନୂଆ ସଂସଦ ଭବନ ଉଦଘାଟନ ହୋଇଯାଇଛି । ଏହି ନୂଆ ସଂସଦ ଭବନ ଉଦଘାଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ଐତିହାସିକ ସେନଗୋଲ ବା ରାଜଦଣ୍ଡର ସ୍ଥାପନ କରିଥିଲେ । କିନ୍ତୁ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ କରା ଯାଇ ନ ଥିବାରୁ ରାଜନୈତିକ ବିବାଦ ମୁଣ୍ଡ ଟେକିଥିଲା । ବ୍ରାହ୍ମଣବାଦକୁ ପ୍ରୋତ୍ସାହନ ଦିଆଯାଉଥିବା ନେଇ ବିଜେପି ସରକାର ଉପରେ ମଧ୍ୟ ଅଭିଯୋଗ ଉଠିଥିଲା । ତେବେ ଏହି ବିବାଦର ମୁଖ୍ୟ କାରଣ ଥିଲେ ଅଦୀନମ୍ ପୂଜାରୀ । ଉତ୍ତରପ୍ରଦେଶର ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ମହାସଚିବ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସେନଗୋଲ୍ ସ୍ଥାପନାକୁ ଦେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ ଦାବୀ କରିଛନ୍ତି ନୂତନ ସଂସଦ ଭବନରେ ସେନଗୋଲ ସ୍ଥାପନା ଲାଗି କେବଳ ରୁଢିବାଦୀ ବ୍ରାହ୍ମଣ ଗୁରୁଙ୍କୁ କାହିଁକି ଡକାଯାଇଥିଲା । ସମାଜବାଦୀ ପାର୍ଟି ବ୍ୟତିତ ନୂଆ ସଂସଦ ଭବନର ଉଦଘାଟନ ସମାରୋହକୁ ଅନ୍ୟ ବହୁ ବିରୋଧୀ ଦଳ ମଧ୍ୟ ପ୍ରତ୍ୟାଖାନ କରିଥିଲେ । ତେବେ ବିପକ୍ଷଙ୍କୁ ଜବାବ ଦେଇ ବିଜେପି ପ୍ରବକ୍ତା ଅନିଲ ବଲୁନି କହିଛନ୍ତି ବିପକ୍ଷ ଠିକ୍ ଭାବରେ ହୋମୱାର୍କ ନ କରି ଅଭିଯୋଗ କରୁଛନ୍ତି । ବିଜେପି ନେତା କହିଛନ୍ତି ଅଦୀନମ୍କୁ ଯେଉଁ ସମୁଦାୟ ପରିଚାଳିତ କରୁଛି ସେମାନେ ପଛୁଆ ଜାତି ଓ ଓବିସି ଶ୍ରେଣୀରେ ଆସୁଛନ୍ତି । ତାମିଲ ସାହିତ୍ୟରେ ସେମାନଙ୍କର ଏକ ଗୌରବଶାଳୀ ଇତିହାସ ରହିଛି ।ଏହି ଅଦୀନମ୍ ମାନେ ହେଉଛନ୍ତି ଭଗବାନ ଶିବଙ୍କ ଉପାସକ । ବିରୋଧୀ ଏପରି ଟିପ୍ପଣୀ କରିବା ଏହି ପବିତ୍ର ଅଦୀନମ୍ ତଥା ପବିତ୍ର ହିନ୍ଦୁ ଧର୍ମର ବିବିଧତାର ଅପମାନ ।

କ’ଣ ଏହି ଅଦୀନମ୍?
ଅଦୀନମ୍ର ଅର୍ଥ ଏକ ମଠ କିମ୍ବା ଏକ ମଠର ପୂଜାରୀ । ତାମିଲନାଡୁରେ ଅଦୀନମ୍ ସନ୍ଥ ଅଣବ୍ରାହ୍ମଣମାନେ ଶୈବ ମଠରେ ରହିଥାନ୍ତି । ତାମିଲନାଡୁରେ ପ୍ରାୟ ୨୦ ପ୍ରମୁଖ ଅଦୀନମ୍ ରହିଥାନ୍ତି । ଏହି ଅଦୀନମମାନେ ପୂଜାରୀ ବ୍ରାହ୍ମଣ ହୋଇ ନ ଥାନ୍ତି । ପ୍ରତି ଅଦୀନମ୍ଙ୍କ ଜାତି ଅଲଗା ହୋଇଥାଏ । ସେମାନଙ୍କ କ୍ଷେତ୍ରୀୟ ବିଶେଷତା ବି ଅଲଗା ରହିଥାଏ । ପେରୁର ଓ ସିରୁରର ଅଦୀନମ୍ ପଶ୍ଛିମ ତାମିଲନାଡୁରେ ଅଧିକ ସଂଖ୍ୟାରେ ରହିଛନ୍ତି । ଏମାନଙ୍କ ଜାତି ଗୌଣ୍ଡାର ଅଟେ । ସେହିପରି ତିରୁବଦୁଥୁରେ ଓ ମଦୁରେଇ ମୁଦଲିୟାର ସମାଜରୁ ଆସିଛନ୍ତି । ତାମିଲନାଡୁର ଚୋଟିନାଡ୍ ଇଲାକାରେ କୁନ୍ଦ୍ରାକୁଡୀ ଅଦୀନମ୍ ଅଧିକ ମାତ୍ରାରେ ଦେଖିବାକୁ ମିଳନ୍ତି ।
ପ୍ରତ୍ୟେକ ଅଦୀନମଙ୍କ ନିଜ ନିଜ ଇତିହାସ ବିଷୟରେ ଭିନ୍ନ ଭିନ୍ନ ଦାବୀ ରହିଛି । ଚୋଳ, ଚେରା ଓ ପାଣ୍ଡିଆ ପ୍ରମୁଖ ଅଦୀନମ୍ଙ୍କୁ ସଂରକ୍ଷଣ ଦେଇଥାନ୍ତି । ମଦୁରୈ ଅଦୀନମ୍ ଦାବୀ କରନ୍ତି ସେମାନଙ୍କ ଇତିହାସ ୧୩୦୦ ବର୍ଷ ପୁରୁଣା । ବହୁ ପ୍ରାଚୀନ ମନ୍ଦିରର ସଞ୍ଚାଳନ ବି ଅଦୀନମମାନଙ୍କ ଦ୍ୱାରା ହୋଇଥାଏ । ଏହି ଅଦୀନମମାନେ ଶୈବ ଦର୍ଶନ ଓ ତାମିଲ ସାହିତ୍ୟକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ଏହି ପୂଜାରୀଙ୍କ ସହାୟତାରେ ବହୁ ଦୂର୍ଲଭ ତାଳପତ୍ର ପାଣ୍ଡୁଲିପିର ସନ୍ଧାନ କରାଯାଇଥିଲା । ସାଂସ୍କୃୃତିକ ପରମ୍ପରାକୁ ବଜାୟ ରଖିବା ସହ ବହୁ ପୁରାତନ ମନ୍ଦିରର ପରିଚାଳନା ମଧ୍ୟ ଏହି ଅଦୀନମଙ୍କ ହାତରେ ହୋଇ ଆସୁଛି ।

କିପରି କରାଯାଏ ଅଦୀନମ୍ ଚୟନ?
ଅଦୀନମ୍ କିମ୍ବା ଅଧୀନକର୍ତ୍ତା ହେବା ପାଇଁ ଦଶନ୍ଧି, ଦଶନ୍ଧି ଧରି କଠୋର ଗୁରୁକୂୂଳ ଶିକ୍ଷା,ତାମିଲ ଭକ୍ତି ସାହିତ୍ୟ ଏବଂ ସେବାରତ ପ୍ରମୁଖଙ୍କ ସେବା କରିବାକୁ ପଡିଥାଏ । ଏହାପରେ ଏମାନେ ଥମ୍ବୁରାନ ଓ ମୁଖ୍ୟ ଥମ୍ବୁରାନ ଭାବରେ ନାମିତ ହୋଇଥାନ୍ତି । ଶାସକ ସନ୍ଥ ସାଧାରଣତଃ ନିଜର ପ୍ରମୁଖ ଶିଷ୍ୟମାନଙ୍କ ମଧ୍ୟରୁ କୌଣସି ଜଣଙ୍କୁ ନିଜର ଉତ୍ତରାଧିକାରୀ ଭାବରେ ଚୟନ କରିଥାନ୍ତି ।
ଏହି ଅଦୀନମ୍ ମାନେ ନିଜ କ୍ଷେତ୍ରର ସାଂସ୍କୃତିକ ଓ ଧାର୍ମିକ ମାମଲାରେ ସକ୍ରିୟ ଓ ପ୍ରଭାବଶାଳୀ ରହିଥାନ୍ତି । ସେମାନେ ରାଜନୈତିକ ବିଚାର ଉପରେ କୌଣସି ବକ୍ତବ୍ୟ ରଖନ୍ତି ନାହିଁ ।

Get real time updates directly on you device, subscribe now.