fbpx

ରିଜର୍ଭ ବ୍ୟାଙ୍କ(RBI)ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆସିଲା ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ବା RBIରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ଖୁସି ଖବର । ଲିଗାଲ୍‌ ଅଫିସର୍‌, ମ୍ୟାନେଜର୍‌(ଟେକ୍‌ନିକାଲ୍‌ ସିଭିଲ୍‌), ଆସିଷ୍ଟାଣ୍ଟ ମ୍ୟାନେଜର୍‌(ରାଜଭାଷା) ଏବଂ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଆରବିଆଇ । ଆଶାୟୀମାନେ ଆର୍‌ବିଆଇର ଅଫିସିଆଲ୍‌ ୱେବସାଇଟ୍‌ opportunities.rbi.org.in ରେ ଯାଇ ଅନଲାଇନ୍‌ ଆବେଦନ କରିପାରିବେ । ଜୁନ୍‌ ୨୦ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା:

ଲିଗାଲ ଅଫିସର୍‌:- ପ୍ରାର୍ଥୀ ଜଣକ ସ୍ୱୀକୃତୀପ୍ରାପ୍ତ ଆଇନ୍‌ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ଦରକାର । ପ୍ରାର୍ଥୀ ଜଣକ ସମସ୍ତ ସେମିଷ୍ଟାର୍‌ରେ ୫୦ ପ୍ରତିଶତ ମାର୍କ ରଖିଥିବା ଦରକାର ।

ମ୍ୟାନେଜର୍‌:- ପ୍ରାର୍ଥୀ ସିଭିଲ୍ ଇଞ୍ଜିନିୟରିଂ ସ୍ନାତକୋତ୍ତ ହେଉ ବା ଯେକୌଣସି ଡିଗ୍ରୀରେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ଏବଂ SC/ST ପ୍ରାର୍ଥୀଙ୍କ ପାଇଁ ୫୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ ।

ଆସିଷ୍ଟାଣ୍ଟ ମ୍ୟାନେଜର୍‌:- ଆବେଦନକାରୀମାନେ ସ୍ନାତକ ଡିଗ୍ରୀ ସ୍ତରରେ ଇଂରାଜୀ ସହିତ ହିନ୍ଦୀ ଅନୁବାଦରେ ଦ୍ୱିତୀୟ ଶ୍ରେଣୀ ମାଷ୍ଟର ଡିଗ୍ରୀ ଥିବା ଆବଶ୍ୟକ । ଏହାଛଡ଼ା ସଂସ୍କୃତ / ଅର୍ଥନୀତି / ବାଣିଜ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ମଧ୍ୟ ବିବେଚନା କରାଯିବ।

ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌:- ଯେକୌଣସି ଷ୍ଟ୍ରିମ୍‌ରେ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ଲାଇବ୍ରେରୀ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଦରକାର । ଏହାସହ ସମସ୍ତ ସେମିଷ୍ଟାର୍‌ରେ ୬୦ ପ୍ରତିଶତ ମାର୍କ ରଖିଥିବା ଦରକାର ।

ଆବେଦନ ଶୁଳ୍କ:-
GEN/OBC/EWS ବର୍ଗର ଆଶାୟୀ ଆବେଦନ ପାଇଁ ୬୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ଅନୂସୁଚିତ ଜାତି SC / ST / PwBD ଆଦି ବର୍ଗର ଆଶାୟୀଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ିବ ।

ପଦବୀ ସଂଖ୍ୟା :-

ଲିଗାଲ୍‌ ଅଫିସର୍‌-୧

ମ୍ୟାନେଜର୍‌(ଟେକ୍‌ନିକାଲ୍‌ ସିଭିଲ୍‌)-୫

ଆସିଷ୍ଟାଣ୍ଟ ମ୍ୟାନେଜର୍‌(ରାଜଭାଷା)-୫

ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌-୧

ବୟସ ସୀମା:

RBI ନିଯୁକ୍ତି ପ୍ରକ୍ରିୟା ୨୦୨୩ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଆଶାୟୀଙ୍କ ସର୍ବନିମ୍ନ ବୟସ ହେଉଛି ୨୧ ବର୍ଷ । ସର୍ବାଧିକ ବୟସ ସୀମା ପୋଷ୍ଟ ଉପରେ ନିର୍ଭର କରିବ ।

ଏପରି କରନ୍ତୁ ଆବେଦନ …

ପ୍ରଥମେ RBI ର ଅଫିସିଆଲ୍‌ ୱେବସାଇଟ୍‌ opportunities.rbi.org.in କୁ ଯାଆନ୍ତୁ ।

ଏହାପରେ ଭ୍ୟାକେନ୍ସି ସେକ୍ସନରେ କ୍ଲିକ୍‌ କରି ନିର୍ଦ୍ଧାରିତ ପଦବୀରେ କ୍ଲିକ୍‌ କରନ୍ତୁ ।

IBPS ପୋର୍ଟାଲ୍‌ରେ ରେଜିଷ୍ଟର କରନ୍ତୁ ।

ଏହାପରେ ଅନ୍‌ଲାଇନ୍‌ ଆବେଦନରେ ଫର୍ମ ଫିଲ୍‌ଅପ୍‌ କରି ସବ୍‌ମିଟ୍‌ କରନ୍ତୁ ।

Get real time updates directly on you device, subscribe now.