fbpx

ଫୋନ୍ ଗ୍ୟାଲେରୀରେ ଦିଶିବନି Whatsappର ଫଟୋ ଭିଡିଓ: ନୂଆ ଟ୍ରିକ ଆଣୁଛି କମ୍ପାନୀ

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ଅତ୍ୟାବଶ୍ୟକ ମାଧ୍ୟମ ପାଲଟି ଯାଇଛି । ଏବେ ଏହା କେବଳ ଟେକ୍ସଟ ମେସେଜ ଭିତରେ ସୀମିତ ନାହିଁ, ଏହି ଆପ୍ ସାହାଯ୍ୟରେ ଫଟୋ-ଭିଡିଓ ଏବଂ ଆହୁରି ଅନେକ ଫାଇଲ ମଧ୍ୟ ସେୟାର କରାଯାଇ ପାରୁଛି । ଏହି ଆପରେ ଅଧିକ ପ୍ରାଇଭେସି ଏବଂ ଡାଟା ସୁରକ୍ଷା ସହ ଜଡିତ ଅନେକ ଫିଚର୍ସ ମଧ୍ୟ ମିଳୁଛି । ଏହାର ବ୍ୟବହାର ମଧ୍ୟ ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ ।

ହ୍ୱାଟ୍ସଆପରେ ଯଦି ଆପଣ ଅଟୋ-ଡାଉନଲୋଡର ବିକଳ୍ପ ଚୟନ କରୁଛନ୍ତି, ତେବେ କେହି ଆପଣଙ୍କୁ ଫଟୋ-ଭିଡିଓ ପଠାଇଲେ ଏହା ଆପେ ଆପେ ଡାଉନଲୋଡ ହୋଇଯାଏ । ଏଥିରେ ଆପଣଙ୍କୁ କୌଣସି ସମସ୍ୟା ହେବନାହିଁ । ତେବେ ଏହି ସମସ୍ତ ଫଟୋ-ଭିଡିଓ ଫାଇଲ୍ସ ଆପଣଙ୍କ ସ୍ମାର୍ଟଫୋନର ଗ୍ୟାଲେରୀରେ ଦେଖିବାକୁ ମିଳିଥାଏ । ହ୍ୱାଟ୍ସଆପରେ ଏହି ମିଡିଆ ଦେଖିବା ପୂର୍ବରୁ ଏସବୁ ଫୋନ୍ ଗ୍ୟାଲେରୀରେ ଦେଖାଯାଇଥାଏ । ତେବେ ଏହାକୁ ରୋକିବା ପାଇଁ କୌଣସି ଚାଟ୍ ଏବଂ ଗ୍ରୁପର ମିଡିଆ ଭିଜିବିଲିଟିକୁ ପରିବର୍ତ୍ତନ କରିବାକୁ ହେବ ।

ସମସ୍ତ ହ୍ୱାଟ୍ସଆପ ମିଡିଆ ଫାଇଲ୍ସ ପାଇଁ:

୧. ପ୍ରଥମେ ହ୍ୱାଟ୍ସଆପ୍ ଓପନ୍ କରି ମେନ୍ ସ୍କ୍ରିନରେ କୁ କ୍ଲିକ କରନ୍ତୁ

୨. ଏଠାରୁ ଆପଣଙ୍କୁ ସେଟିଙ୍ଗସକୁ ଯାଇ ଚାଟ ଅପ୍ସନ ଉପରେ କ୍ଲିକ କରନ୍ତୁ

୩. ଚାଟ ସହ ଜଡିତ ସେଟିଙ୍ଗସରେ ଆପଣଙ୍କୁ ‘ମିଡିଆ ଭିଜିବିଲିଟି’ର ବିକଳ୍ପକୁ ଚୟନ କରନ୍ତୁ । ଏଥିରେ ଥିବା ଟୁଗୁଲ ଡିସାବଲ କରନ୍ତୁ ଏବଂ ଏହାଦ୍ୱାରା ହ୍ୱାଟ୍ସଆପରେ ଆସୁଥିବା ଫଟୋ ଏବଂ ଭିଡିଓ ଫୋନ ଗ୍ୟାଲେରୀରେ ଦିଶିବା ବନ୍ଦ କରିହେବ ।

Get real time updates directly on you device, subscribe now.