ନୂଆଦିଲ୍ଲୀ : ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭିନ୍ନ ଭିନ୍ନ ଖାଦ୍ୟର ସ୍ୱାଦ ନେବାକୁ ଚାହାଁନ୍ତି । କିଏ ଚଟପଟା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ତ ଅନ୍ୟ କେହି କେହି ମସଲାଯୁକ୍ତ ବା ସ୍ପାଇସ୍ ଆଇଟମ୍ ଖାଇବାକୁ ପସନ୍ଦ କରନ୍ତି । ଆଉ ଅନେକ ଲେକ ଅଛନ୍ତି ଯେଉଁମାନେ ଚାଇନିଜ୍, ଇଟାଲିୟନ୍, କଣ୍ଟିନେଣ୍ଟାଲ ଆଦି ଖାଇବାକୁ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ନୂଆ ନୂଆ ରେସିପି ଭିଡିଓ ଦେଖିବାକୁ ମିଳେ । ଯାହା ଦେଖିଲେ ପାଟିରେ ପାଣି ଚାଲିଆସେ । କିନ୍ତୁ ଆଜି ଏମିତି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲା ପରେ ବାନ୍ତି ହୋଇଯିବ ।
ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଲୋକ ନୁଡଲ୍ସ ଖାଉଛନ୍ତି, କିନ୍ତୁ ଅଧା ଖାଇବା ପରେ ସେଥିରୁ ଏକ ଜୀଅନ୍ତା ବେଙ୍ଗ ଡେଉଁଛି । ଚିନ୍ତା କରନ୍ତୁ ତ ଯଦି ଆପଣଙ୍କ ସହ ଏମିତି ଘଟେ ତେବେ ଆପଣ କ’ଣ କରିବେ । ରେଷ୍ଟୁରାଣ୍ଟରେ ଖାଇବାକୁ ବସିଥିବେ ଏବଂ ଅଧା ଖାଇବାରୁ ବେଙ୍ଗ ବାହାରିବ ଯାହା ଆପଣ କେବେ କଳ୍ପନା କରିନଥିବେ। ଏହିଭଳି କିଛି ଘଟଣା ଘଟିଛି ବ୍ୟକ୍ତିଙ୍କ ଏହି ସହ ।
#シェイクうどん
自分が出張中に気に立っていたうどんを食べたら何にカエル🐸
振った後に食べて最後の方まで気づかなかった
お店は3時間の営業停止の後にその日の夜から営業再開、今もサラダや同じ商品を販売中
食べる前には気をつけて pic.twitter.com/pjbxuLy9F6
— 魁斗 (@kaito09061) May 22, 2023
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଜାପାନର ବୋଲି ଜଣାପଡିଛି । ୨୨ ମେ ରେ ଏହି ଭିଡିଓ ସେୟାର କରାଯାଇଛି । ଏହି ଭିଡିଓକୁ ୬.୯ ମିଲିୟନ ଦେଖିସାରିଛନ୍ତି । ୧୮ ହଜାରୁ ଅଧିକ ଏହି ଭିଡିଓକୁ ଲାଇକ୍ ମଧ୍ୟ କରିଛନ୍ତି । ଭିଡିଓଟି ସାମ୍ନାକୁ ଆସିଲା ପରେ ରେଷ୍ଟୁରାଣ୍ଟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି ।