fbpx

ବଡ ଖବର; ଜୁନ୍-୧ ତାରିଖରୁ ମାଗଣାରେ ମିଳିବ ବସ୍ ସେବା: ପରିବହନ ବିଭାଗର ସୂଚନା

ଆସନ୍ତା ଜୁନ୍ ୧ ତାରିଖରୁ ବସ୍ ଯାତ୍ରା ହୋଇଯିବ ସମ୍ପୂର୍ଣ୍ଣ ମାଗଣା । ବସରେ ଯାତାୟତ କରିବା ପାଇଁ ଦେବାକୁ ପଡିବନି ଗୋଟିଏ ବି ଟଙ୍କା । ଏ ନେଇ ରାଜ୍ୟ ସରକାରଙ୍କ ସଡକ ଓ ପରିବହନ ବିଭାଗ ତରଫରୁ ସୂଚନା ଦେଇଛନ୍ତି । ଯାତ୍ରୀମାନଙ୍କୁ ନିଗମ କିପରି ମାଗଣା ବସ ସେବା ଯୋଗାଇ ପାରିବ, ସେ ନେଇ କର୍ତ୍ତୃପକ୍ଷଙ୍କ ସହ ବିଭାଗୀୟ ମନ୍ତ୍ରୀ ଆଲୋଚନା କରିଛନ୍ତି । ଜୁନ୍ ୧ ତାରିଖରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଏହାକୁ ଲାଗୁ କରାଯିବ ।

ତେବେ ଏହି ମାଗଣା ବସ୍ ସେବା କେବଳ ମହିଳା ଯାତ୍ରୀମାନଙ୍କ ପାଇଁ ପ୍ରଣୟନ କରିବାକୁ ଯାଉଛନ୍ତି କର୍ଣ୍ଣାଟକ ସରକାର । ସାଧାରଣ ବସରେ ମାଗଣା ଯାତାୟତ ସୁବିଧା ଯୋଗାଇ ଦେବା ପାଇଁ କଂଗ୍ରେସ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲା । ତେବେ ନିର୍ବାଚନରେ ବିଜୟ ପରେ କର୍ଣ୍ଣାଟକ ସରକାର ଏହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଜୁନ୍ ୧ ତାରିଖରେ କ୍ୟାବିନେଟ ବୈଠକ ପରେ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ । ସେ କହିଛନ୍ତି ଯେ, ମେ’ ୩୧ ତାରିଖରେ ଅଧିକାରୀଙ୍କଠାରୁ ଏହି ଯୋଜନା ସମ୍ପର୍କରେ ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ପ୍ରଦାନ କରାଯିବ । ଏହାପରେ ଜୁନ ପହିଲାରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ଏହା କାର୍ଯ୍ୟକାରୀ ହେବ ।

ତେବେ କର୍ଣ୍ଣାଟକରେ ମହିଳା ଯାତ୍ରୀମାନଙ୍କୁ କିଭଳି ଏହି ସୁବିଧା ଯୋଗାଇ ଦିଆ ଯାଇ ପାରିବ, ସେ ନେଇ ମନ୍ତ୍ରୀ ନିଗମ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । କର୍ଣ୍ଣାଟକରେ ନୂଆ କରି ଗଠନ ହୋଇଥିବା ସିଦ୍ଦରମୈୟା ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଭୋଟରଙ୍କ କରିଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା ବୈଠକରେ ଏହି ଯୋଜନାଗୁଡିକର କାର୍ଯ୍ୟକାରିତା ବିଷୟରେ ସବିଶେଷ ଆଲୋଚନା କରାଯିବ ।

Get real time updates directly on you device, subscribe now.