fbpx

ଓଡ଼ିଶା ଆସିବେ ଅମିତ ଶାହ: ଜେପି ନଡ୍ଡା, ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର: ଜୁନ ୧୭ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଛନ୍ତି । ଏହାସହ ୨୨ ତାରିଖରେ ବିଜେପି ସଭାପତି ଜେପି ନଡ୍ଡା ଆସିବାର ଖବର ରହିଛି । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଏହି ଦୁଇ ବରିଷ୍ଠ ନେତା ଆସିବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ରାଜ୍ୟ ବିଜେପି ସଭାପତିଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କର ଶାସନକୁ ୯ବର୍ଷ ପୂରିଛି । ଏହି ସଫଳତାକୁ ନେଇ ଲୋକଙ୍କ ପାଖେ ପହଁଚିବା ପାଇଁ ରାଜ୍ୟରେ ବିଜେପିର ଏକ ମାସ ହେଲାଣି ମହାଜନସଂପର୍କ ଚାଲୁରହିଛି । ଏହି କାର୍ଯ୍ୟକ୍ରମରେ ଉଭୟ ବରିଷ୍ଠ ନେତା ଯୋଗ ଦେବାର ବ୍ୟବସ୍ଥା ରହିଛି । ଏହି ମହାଜନସଂପର୍କ ଯାତ୍ରାରେ ୪ଟି ବଡ଼ ବଡ଼ ରାଲି ରହିଛି ।

ଗୃହମନ୍ତ୍ରୀ ଏବଂ କେନ୍ଦ୍ର ବିଜେପି ସଭାପତି ଆସିବା ପରେ, କେଉଁ ସ୍ଥାନରେ ସେହି ସାଧାରଣ ସଭା ହେବ, ସେନେଇ ବର୍ତ୍ତମାନ କିଛି ଜଣାପଡିନି । ଦେଶରେ ବିଜେପି ପକ୍ଷରୁ ୫୧ ମହାଜନସଂପର୍କ ରାଲି ରହିଥିବା ବେଳେ ଓଡ଼ିଶାରେ ୪ଟି ବଡ଼ ରାଲି ରହିଛି । କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡ଼ିଶା ଆସିପାରନ୍ତି । କେଉଁ ତାରିଖରେ ଆସିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.