fbpx

ଦୁର୍ଘଟଣାସ୍ଥଳକୁ ଗଲେ ୭୫ ରୁ ଉର୍ଦ୍ଧ ଡାକ୍ତର: ୧୦୦ରୁ ଅଧିକ ଆମ୍ବୁଲାନ୍ସ ଓ ୫୦ ବସ୍‌ ନିୟୋଜିତ

ବାଲେଶ୍ୱର: ବାହାନଗାରେ ଦୁଇ ଏକ୍ସପ୍ରେସ୍ ଦୁର୍ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଏଥିରେ ଶତାଧିକ ଲୋକେ ଆହତ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ ମୃତ୍ୟୁ ବରଣ କରିଛନ୍ତି । ଆହତମାନଙ୍କୁ ବାଲେଶ୍ୱର ଏବଂ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନେକ ଆହତଙ୍କୁ କଟକ ଏବଂ ଭୁବନେଶ୍ୱର ମେଡିକାଲ ମାନଙ୍କରେ ଚିକିତ୍ସା କରିବା ପାଇଁ ଅଣାଯାଉଛି ।

ଏନେଇ ଓଡ଼ିଶା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ଯେ, ଲୋକଙ୍କୁ ବଂଚାଇବା ଓ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ଘଟଣାସ୍ଥଳରେ ୭୫ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ବୋଲି ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। କଟକ ଏସ୍‌ସିବି ମେଡିକାଲ କଲେଜରୁ ମଧ୍ୟ ମେଡିକାଲ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ବର୍ତ୍ତମାନ ଅନେକ ଆହତ କଟକ ଏବଂ ଭୁବନେଶ୍ୱର ବସ୍ ଯୋଗେ ଅସୁଥିବା ସୂଚନା ମିଳିଛି। ବିଭିନ୍ନ ଜିଲ୍ଲାରୁ ୫୦ ଡାକ୍ତର ଘଟଣାସ୍ଥଳରେ ପହଞ୍ଚିଥିବାବେଳେ କେବଳ ଏସସିବିରୁ ୨୫ ଜଣିଆ ଡାକ୍ତରୀ ଟିମ ପହଞ୍ଚିଛନ୍ତି।

Get real time updates directly on you device, subscribe now.