fbpx

ଟ୍ରେନ ଟ୍ରାଜେଡି: ବିଦ୍ୟୁତ ଆଘାତରେ ବି ଯାଇଛି ୪୦ ଜୀବନ! ଶରୀରରେ ନାହିଁ କୌଣସି କ୍ଷତ

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ଭୟଙକକର ରୂପ ସାରା ଦେଶରେ ସମସ୍ତଙ୍କ ଛାତି ଦୋହଲାଇ ଦେଇଛି । ଶହ ଶହ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ବି ୧୦୦୦ରୁ ଅଧିକ ଲୋକ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ଏହି ଦୁର୍ଘଟଣାସ୍ଥଳ ବର୍ତ୍ତମାନ ମରାମତି ହେବା ପରେ ଟ୍ରେନ ଗଡିବା ଆରମ୍ଭ ହୋଇି । କିନ୍ତୁ ଏହି ଦୁର୍ଘଟଣା ଏବଂ ଏଥିରେ ହୋଇଥିବା ମୃତ୍ୟୁକୁ ନେଇ ଏବେ ଏକ ବଡ ଖୁଲାସା ହୋଇଛି । କରମଣ୍ଡଳ ଏକ୍ସପ୍ରେସର ପ୍ରାୟ ୪୦ ଯାତ୍ରୀଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁଁ ହୋଇ ନଥିବା ଜାଣିବାକୁ ମିଳିଛି । କାରଣ ସେମାନଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ପାଇନାହାନ୍ତି ଡାକ୍ତରୀ ଟିମ୍ ।

ତେବେ ବିଦ୍ୟୁତ ସଂସ୍ପର୍ଶରେ ଏହି ଯାତ୍ରୀମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏ ନେଇ ଉଦ୍ଧାରକାର୍ଯ୍ୟ ଦଳର ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀ ବୟାନ ଦେଇଛନ୍ତି ଯେ, ଗାଡିର ବଗିରେ ଲାଇଙ ଓଭରହେଡ କେବୁଲ ପଡିବାରୁ ବିଦ୍ୟୁତ କରେଣ୍ଟ ଲାଗିଛି । ରାଜକୀୟ ରେଲୱେ ପୋଲିସ(GRP)ର ସବ୍ ଇନ୍ସପେକ୍ଟର ପପୁ କୁମାର ନାୟକ କହିଛନ୍ତି ଯେ, ୩ଟି ଗାଡି ମଧ୍ୟରେ ଧକ୍କା ହେବା ପରେ ଓଭରହେଡ ଓଭରହେଡ ଲଟି(ଲୋ ଟେନସନ) ଲାଇନର ସମ୍ପର୍କରେ ଆସିବାରୁ ମଧ୍ୟ ଅନେକ ଯାତ୍ରୀ ପ୍ରାଣ ହରାଇଛନ୍ତି ।

ଅନୁମାନ କରାଯାଉଛି ଯେ, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ ଏବଂ କରମଣ୍ଡଳ ଏକ୍ସପ୍ରେସ ମଧ୍ୟରେ ଧକ୍କା ଲାଗିବା ପରେ ବିଦ୍ୟୁତ ତାର ଛଡି ଯାଇଥିବା ଅନୁମାନ କରାଯାଉଛି । ଯହା ଫଳରେ ଏହା ସଂସ୍ପର୍ଶରେ କିଛି ଲୋକ ଆସି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ପୋଲିସ ଅଧିକାରୀ ଜଣକ କହିଛନ୍ତି ଯେ, ଭୟଙ୍କର ଦୁର୍ଘଟରା ପରେ ଅଧିକାଂଶ ଲୋକଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି । କିନ୍ତୁ ୪୦ ଜଣକ ମୃତଦେହରେ କୌଣସି ପ୍ରକାର କ୍ଷତ ଚିହ୍ନ ନଥିବା ଦେକିବାକୁ ମିଳିଛି । ତେଣୁ ଏମାନଙ୍କ ମୃତ୍ୟୁର କାରଣ ଦୁର୍ଘଟଣା ନୁହେଁ, ବରଂ ବିଦ୍ୟୁତ ଆଘାତ ବୋଲି କୁହାଯାଉଛି ।

Get real time updates directly on you device, subscribe now.