fbpx

ଅଙ୍ଗନବାଡିରୁ ଭିଟାମିନ୍ ଔଷଧ ଦେବା ପୂର୍ବରୁ ଥରେ ଯାଞ୍ଚ କରନ୍ତୁ, ଏକ୍ସପାଏରୀ ମେଡିସିନ୍ ଖାଇ ଶିଶୁ ମୃତ

ଭୁବନେଶ୍ୱର : ମା ଓ ଶିଶୁ ଉଭୟଙ୍କୁ ପୋଷକ ତତ୍ତ୍ୱ ଯୋଗାଇ ଦେବାପ ସରକାର ପଦକ୍ଷେପ ନେଉଛନ୍ତି । ଗାଁ ଗାଁରେ ଅଙ୍ଗନବାଡି କର୍ମୀଙ୍କୁ ନିୟୋଜିତ କରି ମାଗଣାରେ ବିଭିନ୍ନ ପ୍ରକାର ଭିଟାମିନ୍ ଔଷଧ ବଣ୍ଟନ କରାଯାଉଛି । କିନ୍ତୁ ଏହିଚ ଔଷଧ କେତେ ମାରତ୍ମକ ତାହା ଏବେ ଜଣାପଡିଛି । ଅଙ୍ଗବାଡି ଠାରୁ ସେହି ଭିଟାମିନ୍ ଔଷଧ ଖାଇ ଜଣେ ଶୁଶୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଭିଟାମିନନ୍ ଔଷଧ ଏକ୍ସପାଏରୀ ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏକ୍ସପାଏରୀ ଭିଟାମିନ୍ ମେଡିସିନ ଖାଇ ଜଣେ ଶିଶୁରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଦୁଇ ମାସ ପୁର୍ବେ ଅଙ୍ଗନବାଡିକର୍ମୀ ଠାରୁ ଏହି ମେଡିସିନ୍ ଖାଇଥିଲେ । ମେଡିସିନ୍ ଖାଇଲା ପରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ପ୍ରଥମ ନିକଟସ୍ଥ ମେଡିିକାଲ ଓ ପରେ କଟକ ଶିଶୁ ଭବନକୁ ସ୍ଥାନାନ୍ତରଣ କରାଯାଇଥିଲା । ଦୀର୍ଘ ଦୁଇ ମାସ ଚିକିତ୍ସା ହେବା ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଶିଶୁ ନାଁ ହେଉଛି ସଚିତ ସଇଁସା । ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଗାଁ ଲୋକ ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଛନ୍ତି । ପାଳଖାମୁଣ୍ଡି-ମୋହନା ରାସ୍ତା ଅବରୋଧ କରାଯାଇଛି ।

Get real time updates directly on you device, subscribe now.