fbpx

(Video) BMC ର ଚିନ୍ତା ବଢ଼ାଉଛି ସାନିଟାରୀ ନାପକିନ, ପ୍ରତ୍ୟେକ ଦିନ ଗଦା ହେଉଛି ୧ ଲକ୍ଷ ନାପ୍‌କିନ୍‌

ଭୁବନେଶ୍ୱର: ମହିଳାଙ୍କ ଋତୁସ୍ରାବର ସ୍ୱଚ୍ଛତା ପାଇଁ ସାନିଟାରୀ ନାପକିନ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିସହ ସରକାର ପ୍ରତି ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରେ ସାନିଟାରୀ ନାପକିନ ବଣ୍ଟନ କରୁଛନ୍ତି । ହେଲେ ଏହାର ବ୍ୟବହାରକୁ ନେଇ ବିଏମସି ଚିନ୍ତା ପ୍ରକଟ କରିଛି । ପ୍ରତିଦିନ ଗଦା ହେଉଛି ନାପକିନ ଏବଂ ଏହାର ପରିଚାଳନା ମଧ୍ୟ ସମ୍ଭବ ହେଉନି । ତେଣୁ ବିଏମସି ନାପକିନ୍ ଇନସିନରେଟର କିଣିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଶତପ୍ରତିଶତ ଆବର୍ଜନା ସ୍ଥଳରୁ ହିଁ ସଂଗ୍ରହର ପୃଥକ ବ୍ୟବସ୍ଥା ରହିଛି । ମାସକୁ ୧ ଲକ୍ଷରୁ ଅଧିକ ନାପକିନ ସଂଗ୍ରହ ହେଉଛି । ଏହାକୁ ଶୁଖିଲା ଆବର୍ଜନା ଭାବରେ ବିଦ୍ୟୁଚନା ହେଉଥିବା ବେଳେ ଏସବୁକୁ ୱେଲସେଣ୍ଟରରେ ଥିବା ଏମଆରଏଫକୁ ନିଆଯାଉଛି । ହେଲେ ଏହାର ପରିଚାଳନା ସମ୍ଭବପର ହେଉନି । ଫଳରେ ୱେଲ ସେଣ୍ଟରରେ ଏହା ଗଦା ଗଦା ହୋଇ ପଡୁଛି । ପରିଚାଳନା ହେଉନଥିବାରୁ ବିଏମସି ଚିନ୍ତାଗ୍ରସ୍ତରେ ଅଛି ।

ବର୍ଜ୍ୟବସ୍ତୁ ନିୟମ ପରିଚାଳନା ଅନୁଯାୟୀ, ଏହି ଆବର୍ଜନା ହାନିକାରକ, ମନୁଷ୍ୟ ସ୍ୱାସ୍ଥ୍ୟ ପ୍ରତି ଏହା ବିପଜନକ ଅଟେ । ତେଣୁ ଏହାକୁ ବ୍ୟବହାର ପରେ ଉଚିତ ଭାବେ ନଷ୍ଟ କରିବା ଆବଶ୍ୟକ । ଏହା ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ବୈଦ୍ୟୁତିକ ବା ସୌରଚାଳିତ ଇନସିନରେଟରରେ ବ୍ୟବହାର କରିବା ଆବଶ୍ୟକ ।

Get real time updates directly on you device, subscribe now.