ନୂଆଦିଲ୍ଲୀ: ଦେଶରେ କ୍ରେଡିଟ କାର୍ଡର ବ୍ୟବହାର ବଢିବାରେ ଲାଗିଛି । ଅନଲାଇନ ମାଧ୍ୟମରେ ଲୋକମାନେ ଅଧିକ କ୍ରୟ କରିଥାନ୍ତି । କ୍ରେଡିଟ କାର୍ଡର ବ୍ୟବହାର ବଢିବା ସହ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତଗତିରେ ବଢିବାରେ ଲାଗିଛି । ଆପଣ ଯଦି ଅଲନାଇନ କ୍ରୟରେ କ୍ରେଡ଼ିଟ କାର୍ଡ଼ ବ୍ୟବହାର କରୁଛନ୍ତି ତେବେ ଏହା ପ୍ରତି ଧ୍ୟାନ ଦେବା ଉଚିତ୍ । କାରଣ ଛୋଟ ଅବହେଳା ମଧ୍ୟ ଆପଣଙ୍କୁ କ୍ଷତି ପହଁଚାଇ ପାରିବ ।
କ୍ରେଡ଼ିଟ କାର୍ଡ଼ ମାଧ୍ୟମରେ ବିନା ପିନରେ ଦେୟର କ୍ଷମତା ରହିଛି । ଏମିତିରେ ଯଦି ଭୂଲ ବସତଃ କାର୍ଡ଼ଟି କେଉଁଠି ହଜି ଯାଉଛି କିମ୍ବା ଚୋରି ହୋଇଯାଉଛି ,ତେବେ ଅପଣ କ୍ଷତିରେ ପଡ଼ିପାରନ୍ତି । କ୍ରେଡ଼ିଟ କାର୍ଡ଼ର ଧାରକ ନିଜର ଜରୁରୀ ଅନୁସାରେ ପଏଣ୍ଟ ଅଫ ସେଲ (POS) ଉପରେ ଦେୟର ସୀମା ଧାର୍ଯ୍ୟ କରାଯାଇ ପାରିବ । ଯଦି ଆପଣ ୫୦୦୦ ଟଙ୍କାରୁ ଅଧିକ ଦେୟରେ କ୍ରେଡ଼ିଟ କାର୍ଡ଼ର ବ୍ୟବହାର କରୁ ନାହାନ୍ତି ,ତେବେ ଆପଣ ଏହାର ନିର୍ଦ୍ଧିଷ୍ଠ ସୀମା ରଖିବା ଉଚିତ ।
ଏହା କରିବା ଦ୍ୱାରା ଏକା ଥରକେ ଆପଣଙ୍କ କ୍ରେଡ଼ିଟ କାର୍ଡ଼ରୁ ନିର୍ଦ୍ଧାରିତ ସୀମାରୁ ଅଧିକ ଟଙ୍କା କେହି ମଧ୍ୟ ଦେୟ କରିପାରିବେ ନାହିଁ । ଏହି କାର୍ଡ଼ ଉପରେ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମା ପର୍ଯ୍ୟନ୍ତ ନଗଦ ରାଶି ଉଠାଇପାରିବେ, କିନ୍ତୁ ଏହା କରିବା ଠାରୁ ଦୂରରେ ରୁହନ୍ତୁ ନଗଦ ଟଙ୍କା ଉଠାଇବା ଦ୍ୱାରା ସେହିଦିନ ଠାରୁ ଏହା ଉପରେ ଆପଣଙ୍କ ସୁଧ ଆରମ୍ଭ ହୋଇଯାଇଥାଏ ।