fbpx
BSKY SKY
BSKY SKY

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

BSKY

ନୂଆଦିଲ୍ଲୀ: ଦିନକୁ ଦିନ ଦରଦାମ୍ ବୃଦ୍ଧି ପାଉଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ୨୧୮୩କୁ ବୃଦ୍ଧି କରାଯାଇଛି । ଧାନ ଗ୍ରେଡ-ଏ ସହାୟକ ମୂଲ୍ୟ କୁଇଣ୍ଟାଲ ୨୨୦୩କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

ଏହା ସହ ମୁଗ କୁଇଣ୍ଟାଲ ୮୫୫୮ ଟଙ୍କା, କପା ୬୬୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ବିରି କୁଇଣ୍ଟାଲ ୬୯୫୦ ଟଙ୍କା, ବାଦାମ କୁଇଣ୍ଟାଲ ପିଛା ୬୩୭୭ ଟଙ୍କାକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ହରଡ଼ ଡାଲି କୁଇଣ୍ଟାଲ ପିଛା ୭୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି ।

Get real time updates directly on you device, subscribe now.