fbpx

ଏହି ୩ଟି ଜିନିଷ ଉପରେ ଦିଅନ୍ତୁ ଧ୍ୟାନ, ସୁସ୍ଥ ରହିବା ସହ ଦେଖାଯିବେ ଉଜ୍ୱଳ

ଯେଉଁ ଜିନିଷ ଗୁଡ଼ିକ ଆପଣଙ୍କୁ ଉଜ୍ୱଳିତ କରିଥାଏ, ସେ ସବୁ ଆପଣଙ୍କ ପାଖରେ ହିଁ ରହିଛି । ମୁଖ୍ୟତଃ ୩ଟି ଜିନିଷ ଦ୍ୱାରା ଏହା ସମ୍ଭବ ହୋଇଥାଏ । ଜଣେ ଲୋକର ବ୍ୟକ୍ତିତ୍ୱ, ଭାବନା ଏବଂ କାମ କରିବାର ଦକ୍ଷତା ଅନ୍ୟମାନଙ୍କ ଆକର୍ଷଣ କରିଥାଏ । ଆମେ ଏଭଳି ସମାଜରେ ବାସକରୁ ଯେଉଁଠାରେ ଲୋକମାନେ ଶାରୀରିକ ରୂପ ପ୍ରତି ଅଧିକ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ଏହା ମନେ ରଖିବା ଉଚିତ୍ ଯେ, ପ୍ରକୃତରେ ସୁନ୍ଦରତା ଆମ ଅନ୍ତ ଗୁଣ, ଯେପରିକି ସର୍ବଦା ଖୁସି ରହିବା, ଖାଦ୍ୟ ପାନୀୟରେ ଠିକ୍ ରଖିବା ସହ ଶୋଇବା ଏବଂ ଯୋଗ ତଥା ବ୍ୟାୟାମ କରିବା ଦ୍ୱାରା ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ୩ଟି ଜିନିଷ ବିଷୟରେ…

ସେନ୍ସ ଅଫ ହ୍ୟୁମର: ଆତ୍ମବିଶ୍ୱାସ ଏବଂ ସରଳତା ଆପଣଙ୍କ ଗୁଣ ଅଟେ, ଯାହା ଆପଣଙ୍କୁ ସମସ୍ତ ସ୍ଥାନରେ ଉଜ୍ୱଳିତ କରିଥାଏ । ହୃଦୟର ସହ ହସିବା ଏବଂ ଛୋଟ ଛୋଟ ଜିନିଷରେ ଖୁସି ରହିବା ଆବଶ୍ୟକ । ଏହା କରିବା ଦ୍ୱାରା ଆପଣଙ୍କ ଆଖ ପାଖରେ ସକରାତ୍ମକ ପରିବେଶ ସୃଷ୍ଟି କରିପାରିବେ ।

ସତ୍ୟ : ନିଜ ଭିତରେ ସତ୍ୟତା ରଖିବା, ଯାହାକି ଏହି ପ୍ରକୃତି ସମସ୍ତ ଲୋକଙ୍କୁ ଆକର୍ଷିତ କରିଥାଏ । ନିଜ ମଧ୍ୟରେ ଥିବା ବ୍ୟକ୍ତିତ୍ୱକୁ ପ୍ରକାଶ କରିବା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ।

ସହାନୁଭୂତି : ଅନ୍ୟ ମାନଙ୍କ ପ୍ରତି ଦୟା ଓ ସହାନୁଭୂତି ଦେଖାଇବା ଏକ ଏମିତି ଗୁଣ ଯାହା ଉପରେ କେବେ ମଧ୍ୟ ଧ୍ୟାନ ଦିଅନ୍ତି ନାହିାଁ ଧ୍ୟାନର ସହ ଶୁଣିବାର ଅଭ୍ୟାସ କରିବା ସହ ,ପାଖରେ ଥିବା ଲୋକଙ୍କ ପ୍ରତି ଭାବପ୍ରବଣତା ପ୍ରଦାନ କରନ୍ତୁ ।

Get real time updates directly on you device, subscribe now.