fbpx
BSKY SKY
BSKY SKY

ମନ୍ଦିର ପ୍ରାଙ୍ଗଣରେ ଫିଲ୍ମ ନିର୍ଦ୍ଦେଶକ ଅଭିନେତ୍ରୀଙ୍କୁ କଲେ କିସ୍, ବିଜେପି କହିଲା ବରଦାସ୍ତ କରାଯିବ ନାହିଁ

BSKY

ନୂଆଦିଲ୍ଲୀ:ଏବେ ପ୍ରଭାସଙ୍କ ଅଭିନୀତ ଆଦିପୁରୁଷ ଫିଲ୍ମକୁ ନେଇ ସବୁଠି ଜୋରଦାର ଚର୍ଚ୍ଚା । ଇତିମଧ୍ୟରେ ଫିଲ୍ମର ଟ୍ରେଲର ଲଞ୍ଚ ହୋଇ ସମସ୍ତଙ୍କ ମୁୂହଁରୁ ପ୍ରଶଂସା ସାଉଁଟି ସାରିଛି । କିନ୍ତୁ ଏବେ ଫିଲ୍ମକୁ ନେଇ ଏକ ବିବାଦୀୟ ଖବର ସାମ୍ନାକୁ ଆସିଛି । ତେବେ ପ୍ରଭାସଙ୍କ ଏହି ଫିଲ୍ମର ନିର୍ଦ୍ଦେଶକ ଓମ୍ ରାୱତଙ୍କୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ତିରୁମାଳା ମନ୍ଦିର ପ୍ରାଙ୍ଗଣରେ ନିର୍ଦ୍ଦେଶକ ଓମ୍ ରାୱତ କ୍ରିତିଙ୍କୁ ଆଲିଙ୍ଗନ କରିଛନ୍ତି ଓ କିସ୍ କରିଛନ୍ତି । ତେବେ ମନ୍ଦିର ମଧ୍ୟରେ ଏପରି ଆକ୍ସ୍ସନକୁ ନେଇ ପ୍ରଶ୍ନ ଉଠିଛି ।
ଆନ୍ଧ୍ର ପ୍ରଦେଶର ବିଜେପି ରାଜ୍ୟ ସଚିବ ରମେଶ ନାଇଡୁ ଏହାର ନିନ୍ଦା କରିଛନ୍ତି । ସେ କହିଛନ୍ତି ମନ୍ଦିର ଭଳି ପବିତ୍ର ସ୍ଥାନରେ ଏପରି ଆଚରଣ କରିବା କେତେ ଶୋଭନୀୟ । ତିରୁମାଳାରେ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ସାମ୍ନାରେ କିସ୍ କରିବା ଓ ଆଲିଙ୍ଗନ କରିବା ନିହାତି ଅପମାନଜନକ । ଏହାକୁ କେବେ ବି ବରଦାସ୍ତ କରାଯିବ ନାହିଁ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଆଦିପୁରୁଷ ୧୬ ଜୁନ୍ ରେ ସିନେମାଘରେ ରିଲିଜ୍ ହେବ । ଏହା ପୂର୍ବରୁ ଫିଲ୍ମକୁ ନେଇ ଏପରି ବିବାଦ ଉପୁଜିବା ଶୁଭ ସଂକେତ ନୁହେଁ । ତେବେ ଏ ପର୍ଯ୍ୟନ୍ତ ଏହି ପୁରା ବିବାଦକୁ ନେଇ କ୍ରିତି ସାନନ ଓ ଓମ୍ ରାୱତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Get real time updates directly on you device, subscribe now.