fbpx

ମଦ ଦୋକାନରେ ୨ଘଣ୍ଟା ଲାଇନ ଲଗାଇ ବ୍ରିଜର ଆଣିବାରୁ ପିଟିଲେ ଲୋକେ

ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର) ୪୫ ଦିନ ପରେ ଗତକାଲି ଦେଶର ବିଭିନ୍ନ ସହରରେ ଖୋଲିଲା ମଦ ଦୋକାନ । ଲକ ଡାଉନ ଯୋଗୁଁ ମଦ ଦୋକାନ ଖୋଳିବା ଉପରେ ଥିଲା ପ୍ରତିବନ୍ଧକ । ତେଣୁ ବଜାରରେ ଉପଲବ୍ଧ ହେଉନଥିଲା ମଦ । ଯାହା ଚୋରାରେ ମିଳୁଥିଲା ତାହା ବି ଦୁର୍ମୂଲ୍ୟ ଥିଲା । ଏଭଳି ଅବସ୍ଥାରେ ଗତ ଶୁକ୍ରବାର ଦିନ ସରକାର ଘୋଷଣା କଲେ ଗ୍ରୀନ ଜୋନରେ ଖୋଲିବ ମଦ ଦୋକାନ । ସେବେଠୁ ଆଜିର ଦିନକୁ ଅନେଇ ରହିଥିଲେ ମଦ ପ୍ରେମୀ । ସକାଳୁ ସକାଳୁ ଦେକାନ ଖୋଲିବା ଆଗରୁ ଆରମ୍ଭ ହୋଇଥିଲା ଭିଡ । ଲାଗିଥିଲା ଲମ୍ବା ଲାଇନ । ଯିଏ ଯେତେ ପାରିଲା ବୋହିନେଲା । ଅବଶ୍ୟ ପସନ୍ଦର ବ୍ରାଣ୍ଡ ମିଳିବା ଷ୍ଟକରେ ଥିବା ଓ ଲାଇନରେ ପାଳି ପଡିବା ଉପରେ ନିର୍ଭର କରୁଥିଲା । ଲୋକେ ଘଣ୍ଟା ଘଣ୍ଟା ଲାଇନ ଲଗାଇ ଠିଆ ହୋଇଥଲେ । କେମିତି ନିଜ ପାଳି ପଡିବ ସେଥିପାଇଁ ଅପେକ୍ଷା କରିଥିଲେ ।

ଏହି ସମୟରେ ହଠାତ ଜଣେ ଯୁବକଙ୍କ ଉପରେ ଆରମ୍ଭ ହେଲା ଗାଳି ତା ପରେ ମାଡ । କଥା ବୁଝୁ ବୁଝୁ ଜଣାପଡିଲା ଯୁବକ ଜଣକ ଦୁଇଘଣ୍ଟା ଧରି ଲାଇନ ଳଗାଇବା ପରେ ଦୋକାନରୁ ବ୍ରିଜର କିଣିଲେ । ଯାହା ପୋଖତ ମଦୁଆଙ୍କ ଦେହରେ ଗଲା ନାହିଁ । ପ୍ରକୃତରେ ବ୍ରିଜରରେ ଆଲକୋହଲର ପରିମାଣ ବହୁ କମ ଥାଏ । ସେଥିପାଇଁ ସହଜେ ନିଶା ଧରେନାହିଁ । ଯୁବକ ଜଣଙ୍କ ଏହି ବ୍ରିଜର ପାଇଁ ଲାଇନରେ ତା ପଛକୁ ଥିବା ଲୋକଙ୍କୁ ଅପେକ୍ଷା କରାଇବା ଲୋକଙ୍କ ଦେହରେ ଗଲାନି । ଏହି ଘଟଣା ଘଟିଛି ଛତିଶଗଡରେ

Get real time updates directly on you device, subscribe now.