fbpx

୭ମ ଶ୍ରେଣୀ ଛାତ୍ର ChatGPT ସାହାଯ୍ୟରେ କଲେ ହୋମୱର୍କ, ଶେଷରେ ଶିକ୍ଷକଙ୍କ ହାତରେ ଏପରି ପଡିଲେ ଧରା

ନୂଆଦିଲ୍ଲୀ: ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଗତକିଛି ମାସ ହେଲାଣି ଛାତ୍ରଛାତ୍ରୀ ନୂଆକରି ଉଭାବନ ହୋଇଥିବା ଚାଟଜିପିଟି ବ୍ୟବହାର କରୁଛନ୍ତି । ଏହାବ୍ୟତୀତ ଘରକୁ ଦିଆଯାଉଥିବା ପାଠରେ ମଧ୍ୟ ଛାତ୍ରଛାତ୍ରୀ ଏହାକୁ ବ୍ୟବହାର କରିଲେଣି । ଏହାରି ମଧ୍ୟରେ ୭ମ ଶ୍ରେଣୀର ଜଣେ ଛାତ୍ର ଚାଟଜିପିଟି ହୋମୱାର୍କରେ ବ୍ୟବହାର କରିବା କଥା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଅର୍ଜୁନ ନାମକ ଜଣେ ୭ମ ଶ୍ରେଣୀର ଛାତ୍ରକୁ ଘରେ ହୋମୱର୍କ ଦିଆଯାଇଥିଲା । ସେ ଚାଟଜିପିଟିର ସାହାଯ୍ୟ ନେଇ ପ୍ରଶ୍ନ ଦେଇଥିଲେ । ଏହାକୁ ୱାଲନଟ ସିଇଓ ରୋଶନ ପଟେଲ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଏଥିସହ ଛାତ୍ରଜଣକ ପ୍ରଶ୍ନର ଉତ୍ତର ଲେଖିବା ଖାତାର ଫଟୋ ମଧ୍ୟ ସେୟାର କରାଯାଇଛି । ସେ ଲେଖିଛନ୍ତି ମୋ ସଂପର୍କୀୟ ଅର୍ଜୁନ ଇଂରାଜୀ ହୋମୱାର୍କ କରିବା ସମୟରେ ଚାଟଜିପିଟି ବ୍ୟବହାର କରିଛି । ଛାତ୍ରଜଣକ ଏଥିରେ ସିଧାସଳଖ ଏଆଇର ଉତ୍ତର ଲେଖିଦେଇଛନ୍ତି ।

ଛାତ୍ରଜଣକ ଇଂରାଜୀ ବାକ୍ୟରୁ ଉତ୍ତରକୁ କାଢିବାକୁ ଭୁଲିଯାଇଛି । ଏହାସହ ଛାତ୍ର ଜଣକ ଏପରି ଶବ୍ଦ ବ୍ୟବହାର କରିଛି ଯାହା ଜଣେ ସପ୍ତମ ଶ୍ରେଣୀର ଛାତ୍ରଠାରୁ ଆଶା କରାଯାଏନାହିଁ । ରୋଶନ ଏହି ଟ୍ୱିଟ କରିବା ପରେ ଏଥିରେ ଲକ୍ଷ ଲକ୍ଷ ଲୋକେ ପ୍ରତିକ୍ରିୟା ଦେଇଛନ୍ତି । ଏହାକୁ ୧.୨ ନିୟୁତ ଲୋକ ଦେଖିବା ସହିତ ୪୦୦୦ରୁ ଅଧିକ ଲାଇକ ମିଳିଛି ।

Get real time updates directly on you device, subscribe now.