ନୂଆ କୋଚ୍ ଦାୟିତ୍ୱ ନେବେ ସୌରଭ ଗାଙ୍ଗୁଲି! ଖରାପ ପ୍ରଦର୍ଶନ ଯୋଗୁଁ ବଦଳିଯିବେ ଷ୍ଟାର କ୍ୟାପଟେନ୍

ନୂଆଦିଲ୍ଲୀ: ଜଣେ ଅଧିନାୟକ ଭାବରେ ସୌରଭ ଗାଙ୍ଗୁଲି ଭାରତକୁ ଅନେକ ସଫଳତା ଦେଇଛନ୍ତି । ଏହା ବ୍ୟତୀତ ଭାରତୀୟକ୍ରିକେଟ ବୋର୍ଡର ସଭାପତି ଭାବରେ ମଧ୍ୟ ସେ ଦାୟିତ୍ୱରେ ରହି ସାରିଛନ୍ତି । ତେବେ ବର୍ତ୍ତମାନ ତାଙ୍କୁ ଆଉ ଏକ ଗୁରୁଦାୟିତ୍ୱ ପ୍ରଦାନ କରାଯାଇପାରେ । ଦଳର କୋଚ ଭାବରେ ତାଙ୍କୁ ନିୟୋଜିତ କରିପାରେ ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲ-୨୦୨୩ରେ ଦିଲ୍ଲୀର ପ୍ରଦର୍ଶନ ଖୁବ ଖରାପ ଥିବାରୁ ପଏଣ୍ଟ ଟେବୁଲର ନବମ ସ୍ଥାନରେ ଯାତ୍ରା ଶେଷ କରିଛି ଦଳ । ତେଣୁ ଆଗାମୀ ସିଜନରେ ଦଳ ଗାଙ୍ଗୁଲୀଙ୍କୁ ନୂଆ କୋଚ୍ ଭାବରେ ଦାୟିତ୍ୱ ଦେଇପାରେ ବୋଲି ଆଶା କରାଯାଉଛି ।

Conflict of interest row: Ganguly ready to quit Cricket Advisory Committee  | Cricket News | Manorama English

୨୦୨୩ ଆଇପିଏଲରେ ମୋଟ ୧୪ଟି ମ୍ୟାଚ ଖେଳି ମାତ୍ର ୫ଟି ମ୍ୟାଚରେ ବିଜୟ ହାସଲ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ତେଣୁ ଟିମ୍ ମ୍ୟାନେଜମେଣ୍ଟ ଦଳରେ ଏକ ବଡ ପରିବର୍ତ୍ତନ କରିବ ବୋଲି ଅନୁମାନ କରାଯାଉଛି । ୨୦୧୮ ମସିହାରୁ ଦିଲ୍ଲୀ ସହ ଜଡିତ କୋଚ୍ ରିକି ପଣ୍ଟିଂଙ୍କୁ କୋଚ୍ ପଦବୀରୁ ମୁକ୍ତ କରିପାରେ ଦିଲ୍ଲୀ । ତାଙ୍କ ସ୍ଥାନରେ ଦଳର ନିର୍ଦ୍ଦେଶକ ସ୍ଥାନରେ ଥିବା ସୌରଭ ଗାଙ୍ଗୁଲି ଦଳର ନୂଆ କୋଚ୍ ଭାବରେ ଦାୟିତ୍ୱ ନେଇପାରନ୍ତି । ୬ ବର୍ଷ କୋଚ୍ ପଦବୀରେ ରହିବା ପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ବିଦାୟ ନେବାକୁ ଚିନ୍ତା କରୁଥିବା ସୂଚନା ମିଳିଛି । ତାଙ୍କ ସହିତ କିଛି ସାଥୀ ମଧ୍ୟ ଷ୍ଟାର କୋଚ୍ ପଦରୁ ହଟି ଯାଇ ପାରନ୍ତି । ତେବେ ଏ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ ।

We Need To Get Together And Put Runs On The Board,' Says DC Director Of  Cricket Sourav Ganguly - Delhi Capitals

ସେହିପରି ଆହତ ସମସ୍ୟା ଯୋଗୁଁ ଦଳର ନିୟମିତ ଅଧିନାୟକ ଋଷଭ ପନ୍ତ ଏହି ସିଜନରେ ଖେଳି ପାରିନଥିଲେ । ତେଣୁ ତାଙ୍କ ସ୍ଥାନରେ ଷ୍ଟାର ବ୍ୟାଟର ଡାଭିଡ ୱାର୍ଣ୍ଣରଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ସେ ଦମଦାର ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇବାରେ ସାମାନ୍ୟ ବିଫଳ ହୋଇଥିଲେ ୱାର୍ଣ୍ଣର । ତେବେ ଆସନ୍ତାବର୍ଷ ଋଷଭ ଦଳକୁ ଫେରିଲେ ପୁଣି ଥରେ ସେ ଦଳର ଅଦିନାୟକ ଦାୟିତ୍ୱ ତୁଲାଇବେ ।